ପିତୃ
ପିତୃ
ପାହାଡର କଣ ପାଦ ଥାଏ?
ଆଛ୍ଛା ନଥିବ ବି କାହିଁକି ଯେ !
ସିଏ ତ ଚାଲୁଥିବାର ଦେଖିଛେ ଆମେ ସମସ୍ତେ
ଆମକୁ କାନ୍ଧରେ ବସେଇ
ସିନ୍ଧୁ ଠୁ କାବେରୀ
ହିମାଳୟ ଠୁ ଆମାଜନ ।
ଅବିଶ୍ରାନ୍ତ ଚାଲୁଥିବା ପାହାଡର ପୁଣି ପାଦ ନଥିବ
ଏକଥା କିଏ କହିବ ।
ଥାଏ ଥାଏ
ହଳେ ଥକୁନଥିବା ପାଦ ।
ନା ନା ଥକାପଣ ଦେଖଉନଥିବା ପାଦ ।
ତାରି କାନ୍ଧରେ
ପାଦ ରଖି ଚଢିଛେ ତ
ସିଢି ପରେ ସିଢି ।
କେତେ ଭୂମିକମ୍ପର ଛାଟକୁ
ଛିଟଟେ ପରି ଝାଡିଦେଇଥିବ ପାହାଡ
ଆମ ସୁରକ୍ଷା ରେ
ବୋହି ନେଇଥିବ ନିଜ ପିଠିରେ
ଆମକୁ ଆଗରେ ରଖି
ଝଡକୁ ପଛ କରି ହସୁଥିବ ପାହାଡ ।
ଆମ ପାଇଁ ତିଆରିଥିବ
ମାଟି,ବର୍ଷା,ବାଦଲ,ଇନ୍ଦ୍ରଧନୁ, ବଣ,ଝର
କୁହୁଡି, ଅନୁଭୂତି, ସ୍ବପ୍ନ,ଗପ,ଆତ୍ମବିଶ୍ବାସ ।
ଆମକୁ ଗଢିଥିବ ଧୂଳିରୁ
ଭୂ ରୁ ଭୁମା ଯାଏ ବିସ୍ମୟ ବିସ୍ତୃତି ତାର
ହେଲେ ଆମକୁ କୋଳେଇଥିବ
ସେମିତି
କେତେ କାଟୁନଥିବା ପଣତ ଟେ ପରି ।
ଖାଲି କଣ ପାଦ!
ହାତ ବି ଥାଏ ପାହାଡ ର
ମାଟି ତଳୁ ଫୁଟି
ମାଟି କୁ ଜିବୁଡି
ମାଟିରୁ ମଣିଷ ତିଆରି ଦିଏ
ପାହାଡ ।।
