ଫକିର ମୋହନଙ୍କ କାଳଜୟୀ ସାହିତ୍ୟ
ଫକିର ମୋହନଙ୍କ କାଳଜୟୀ ସାହିତ୍ୟ
ନୂଆ ମୋଡ଼ ଦେଲା ନଭୋଦୟ ଯୁଗ (ରେନେସାଁ Age of renaissance) ପୃଥିବୀର ସାହିତ୍ୟରେ
ସୃଜନଶୀଳ ଆଲୋଡ଼ନର ସୂତ୍ରପାତ ହେଲା ସମାଜ ତଥା ବ୍ୟକ୍ତି ଜୀବନର ସକଳ ପ୍ରକାର କ୍ଷେତ୍ରରେ ।
ପୃଥିବୀରେ ପରିଲକ୍ଷିତ ହେଲା ମଣିଷ ମନର ଚିନ୍ତାର ଐଶ୍ୱର୍ଯ୍ୟ, କଳ୍ପନାର ମହତ୍ତ୍ଵରେ ଏକ ନୂତନତା
ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟର, ବିଂଶ ଶତାବ୍ଦୀର ଆରମ୍ଭେ ଓଡ଼ିଶାରେ ଦେଖା ଦେଲା ମାଦକତା ।
ନୂଆ ଯୁଗରେ ମୁଦ୍ରା ଯନ୍ତ୍ର ସ୍ଥାପନ, ଅନୁବାଦ, ପାଠ୍ୟ ପୁସ୍ତକ ରଚନା, ମାନବିକତାବୋଧ ସମ୍ବଳିତ ଚିନ୍ତାଧାରା
ପ୍ରଗତିଶୀଳ ସାହିତ୍ୟ ସର୍ଜନା ଥିଲା ଏକ ସାହସିକ କାର୍ଯ୍ଯ, ସେ ନବ ଜାଗରଣ କାଳର ଆଦର୍ଶ ଓ ପ୍ରେରଣା ଦ୍ୱାରା ।
ଓଡ଼ିଶାରେ ପ୍ରକୃଷ୍ଟ ଭାବେ ଦ୍ଵିତୀୟ ପର୍ଯ୍ୟାୟ ସାହିତ୍ୟରେ ପ୍ରଭାବିତ ଫକିର ମୋହନଙ୍କ ଜୀବନରେ
ବ୍ୟାସକବି ପ୍ରଥମେ ରେବତୀ ଗଳ୍ପ ଲେଖିଲେ ପ୍ରକାଶ ପାଇଁ "ଉତ୍କଳ ସାହିତ୍ୟ" ପତ୍ରିକାରେ ଧୂର୍ଜଟୀ ନାମରେ ।
ତତ୍ପରେ "ଛ ମାଣ ଆଠଗୁଣ୍ଠ" ନାମରେ ଗଳ୍ପ ଆରମ୍ଭ, ବଢ଼ି
ବଢ଼ି ପରିଣତ ହେଲା ଏକ ବଡ଼ ଉପନ୍ୟାସରେ
ପରେ ପରେ ଅପୂର୍ବ ମିଳନ ନାମରେ ଉପନ୍ୟାସ ଲେଖିଲେ, ପ୍ରକାଶିତ ହୋଇଥିଲା ଉତ୍କଳ-ସାହିତ୍ୟରେ ।
ସ୍ଵତନ୍ତ୍ର ପୁସ୍ତକାରରେ ଯେତେବେଳେ ଛାପା ହେଲା, ନାମ ଦେଲେ 'ଲଛମା' ତାହାର
ପାଠକମାନେ ବିଶେଷ ପ୍ରୀତ ହୋଇ ଥିଲେ, ଗଳ୍ପ ଓ ଉପନ୍ୟାସ ମାନ ପଢ଼ି ତାଙ୍କର ।
ଇଂରେଜ ଶାସନର ସୁବ୍ୟବସ୍ଥା ଅଭାବ ହେତୁ ରାମଚନ୍ଦ୍ର ମଙ୍ଗରାଜ ପରି ଅଶିକ୍ଷିତ, ଚତୁର ମନୁଷ୍ୟ
ଅନ୍ୟାୟ ଓ ଛଳନା ରେ ସମାଜରେ ବିତ୍ତ ଓ ପ୍ରତିଷ୍ଠା ଅର୍ଜନ କରନ୍ତି କିପରି, ଆଙ୍କିଲେ ତାହାର ଦୃଶ୍ୟ ।
ଉପନ୍ୟାସରେ ଯୋଡ଼ି ଦେଖାଇଛନ୍ତି ଭଗିଆ ଓ ସାରିଆ, ମଙ୍ଗରାଜ ଓ ଚମ୍ପା ନାମ ର ବ୍ୟକ୍ତିଙ୍କୁ
ଚତୁରତା-ନିରୀହତା, ଖଳପଣ- ବୋକାପଣ, ଭଲ-ମନ୍ଦର ଯୁଦ୍ଧରେ ଭଲପଣ କିପରି ଧ୍ଵଂସ ପାଏ ତାକୁ ।
ଚକ୍ରାନ୍ତ, ଠକାମୀ, ପ୍ରବଞ୍ଚନା, ମନର ମଇଳା ମଧ୍ୟରେ ଗୋବିନ୍ଦା ଓ ଚମ୍ପାର ମୃତ୍ୟୁ ହୁଏ
କପଟ ଓ ଚତୁରପଣିଆରେ ଫତେପୁର ସରଷଣ୍ଢ ପରି ଜମିଦାରୀ ହାତକୁ ଆସି ଯାଏ ।
୧୯୧୩ ମସିହାରେ ଅପୂର୍ବ ମିଳନ ପୁସ୍ତକ ଆକାରରେ ମୁଦ୍ରିତ ହେଲା ଲଛମା ନାମରେ
ବର୍ଗୀମାନଙ୍କର ଲୁଣ୍ଠନ, ଅରାଜକତା, ଅତ୍ୟାଚାର ସବୁ ରୂପ ଦେଲେ ଆଲିବର୍ଦ୍ଦି ଖାଁ ଓ ଭାସ୍କର ପଣ୍ଡିତ ଚରିତ୍ରରେ ।
ଓଡ଼ିଶାର ସାମନ୍ତ ଶକ୍ତିର ପତନ, ବର୍ଗୀ ପ୍ରପୀଡ଼ିତ ଉତ୍କଳର ଆଭ୍ୟନ୍ତରୀଣ ବିଶୃଙ୍ଖଳା ଜନିତ ଅଶାନ୍ତ କରୁଣ
ଇତିହାସର ଏହି ସବୁ ଘଟଣା ବହୁଳ ଚିତ୍ରରେ ଉପନ୍ୟାସର ପୃଷ୍ଠା ଗୁଡ଼ିକ ହୁଏ ପୂର୍ଣ୍ଣ ।
ଉପନ୍ୟାସ ପ୍ରାୟଶ୍ଚିତରେ ଇଂରେଜୀ ଶିକ୍ଷିତ ସମାଜର ଆଶା ଆକାଙକ୍ଷା ଚିତ୍ର ହୋଇଛି ପ୍ରଦର୍ଶିତ
ଯୁବ ସମାଜ ସମ୍ମୁଖେ ଆଦର୍ଶର ଅଭାବ, ପ୍ରାଣରେ ସଂଶୟ , ପ୍ରାଚ୍ୟ ପାଶ୍ଚାତ୍ୟ ସଭ୍ୟତା ସଂଘର୍ଷରେ ଚିତ୍ତ ଦୋଳାୟିତ ।
ସମାଜ ସଂସ୍କାର ନାମରେ ଅପରିଣାମଦର୍ଶୀତାର ଚିତ୍ର
ପ୍ରାୟଶ୍ଚିତ ଉପନ୍ୟାସରେ ହୋଇଛି ପ୍ରକଟିତ.
ମୁଖ୍ୟ ନାୟକ ରାଜୀବ ଲୋଚନ, ସଦାନନ୍ଦ ପ୍ରମୁଖଙ୍କ ଚରିତ୍ର ସୁନ୍ଦର ଭାବେ ହୋଇଛି ଚିତ୍ରିତ ।
ବୈଷ୍ଣବ ପଟ୍ଟନାୟକ ଓ ସଙ୍କର୍ଷଣ ମହାନ୍ତିଙ୍କ ଜାତିଗତ ବଡ଼ିମା ଓ ମନର ଅହମିକାର ସଂଘର୍ଷ
ଦେଖାଇଛନ୍ତି କିପରି ଅପରିମାଣଦର୍ଶୀତା ହେତୁ ଏଠାରେ ଦୁଇ ପରିବାର ହୋଇଛନ୍ତି ଧ୍ଵଂସ ।
ପରିପ୍ରକାଶ ହେବାକୁ ଥିଲା ସମାଜର ଜଟିଳ ସମସ୍ୟା ଉପରେ ଚିନ୍ତା ଗଳ୍ପ ବିଷମଞ୍ଜି ମାଧ୍ୟମରେ
ଅର୍ଦ୍ଧାଧିକ ଲେଖା ସରିଥିଲା, କିନ୍ତୁ ହାୟ ! ଅସମ୍ପୂର୍ଣ୍ଣ ରହିଗଲା ପାଠକ ମାନେ ବଞ୍ଚିତ ହେଲେ ଏହାକୁ ପଠନରେ ।
ଓଡ଼ିଆ ସାହିତ୍ୟ ସମୃଦ୍ଧ ହୋଇଥିଲା ଫକିର ମୋହନଙ୍କ ଦ୍ଵାରା ଅମର କୃତୀ ଗଳ୍ପ ଓ ଉପନ୍ୟାସରେ
ଓଡିଆମାନେ ଗର୍ବିତ ତାଙ୍କ ଆତ୍ମ ଚରିତ, ସର୍ବଜନ୍ୟବୋଧ କବିତା ଗୁଚ୍ଛ ଇତ୍ୟାଦି ଇତ୍ୟାଦିରେ ।
