ଫିକା ରଜ
ଫିକା ରଜ
ରଜ ଆସିଲାଣି
କାହାକୁ ଏଥର ଲାଗୁନି ମଜା,
ସବୁଆଡେତ ହତାଶ ପଣ
ମଣିଷ କାଟୁଛି ଏଥର ସଜା l
ବାଟ ଘାଟତ
ଖାଲି ପଡ଼ିଛି,
କୋରୋନା ଆତଙ୍କ
ଗ୍ରାସ କରିଛି l
ପିଠା ପଣାର
ମଉଜ ନାହିଁ,
କାହାରି ମନରେ
ଖୁସିତ ନାହିଁ l
ସାଙ୍ଗ ସାଥିତ
ଆସିବେ ନାହିଁ,
ରଜ ପାନରେ
ସେ ମଜା କାହିଁ?
ନୂଆ ପୋଷାକରେ
ସେ ସୁଖ ନାହିଁ,
ସାଙ୍ଗ ସାଥି ହୋଇ
ବୁଲିବା ପାଇଁ l
ଦୋକାନ ବଜାର
ସବୁତ ତାଲା,
ରଜ ସୁଖ ସବୁ
ପାଣିରେ ଗଲା l
ଦୋଳି ଖେଳିବାକୁ
ମନତ ନାହିଁ,
କୁଆଁରି ବସିଛି
ମୁହଁ ଶୁଖେଇ l
ରଜ ମଉଜ
କେତେ ଯେ ସୁଖ,
ଫିକା ପଡ଼ିଲା
ସବୁ ସଜବାଜ,
କି କାଳ ହେଲା
ରଜଟା ଏଥର ପାଣିରେ ଗଲା l
