Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance

3  

Satyanarayan Sahoo

Romance

ଫଗୁଣର ଦୋଳ

ଫଗୁଣର ଦୋଳ

1 min
150



ଫଗୁଣର ଦୋଳ

ଏଇ ଫଗୁଣରେ ପୂର୍ଣ୍ଣିମା ତିଥିରେ

ଦୋଳ ମଣ୍ଡପରେ ଜାତ

ରଚିବାକୁ ସଜ ହୋଇଲେଣି ଆଜ

ଦେଖ ଦେଖ ଆଗୋ ମିତ ।


ଦୋଳ ଫଗୁ ଖେଳ। ରାଧାକୃଷ୍ଣ ଲୀଳା

ପାଇଁ କି ଚଳ ଚଞ୍ଚଳ

ହୋଇ ଉଠିଲାଣି ଅନାଲୋ ସଜନୀ

ପୁର ପଲ୍ଲୀ ଗ୍ରାମ ନଗ୍ର ।


ରାଈ ଦାମୋଦର ରାସେ ରାସେଶ୍ୱର 

ରାସ ରସେ ହେବେ ଭୋଳ

କେତେ ମଜା ଲାଗେ ଦେଖିବା ପାଇଁଲୋ

ଆସିଛି ପୁନେଇଁ ଦୋଳ ।


ଯାତରା ଉତ୍ସବ ଅନୁଷ୍ଠିତ ହେବ

ମନ୍ଦିରରେ ସାଜ ସଜ୍ଜା

 ମନୋହର ବେଶ ମନଲୋଭା ଦୃଶ୍ୟ

ହେବ ରାଧା କୃଷ୍ଣ ଲୀଳା ।


ନାନା ସ୍ଥାନେ ନାନା ରଙ୍ଗେ ଲୀଳା ନୃତ୍ୟ

 ଖେଳାଇ ଜୀବନେ ରସ

ବିମାନେ ବିଜୟ କରିଲେଣି ଦେଖ

ରଚିବା ପାଇଁ କି ରାସ ।


ପୂର୍ଣ୍ଣିମା ତିଥିରେ ପଞ୍ଚ ଦୋଳ ଶେଷ

ହୋଇ ହେବ ଦଶ ଦୋଳ

 ମେଲଣ ପଡିଆ କେତେ ମଜା ଆହା

ହେଲାଣି ଚଳ ଚଞ୍ଚଳ ।



Rate this content
Log in

Similar oriya poem from Romance