STORYMIRROR

padmaja pati

Tragedy

3  

padmaja pati

Tragedy

ଫେରି ଆସିବୁ କି ତୁହି ?

ଫେରି ଆସିବୁ କି ତୁହି ?

1 min
35


ମନେଅଛି ଆର ବରଷର କଥା 

ପହଞ୍ଚି ନ ଥିଲା ରାକ୍ଷୀ

କୋହଭରା କଣ୍ଠେ କହିଥିଲୁ ଯାହା

ମନରେ ଅଛି ମୁଁ ଲେଖି ।

ନ ଥିଲୁ ପାଖରେ ,ଥିଲୁ ବିଦେଶରେ

ଜୀବନ ଜୀବିକା ପାଇଁ

ଡାକରେ ଦେଲି ମୁଁ ରାକ୍ଷୀ ଲଫାପାରେ 

ନ ପହଞ୍ଚିଲା ସେ ଭାଇ ।

ଅଭିମାନରେ ତୁ କହିଲୁ ଫୋନ୍ ରେ

ମୋର ହାତ ଅଛି ଖାଲି

କେତେ ଆଶାରେ ମୁଁ ବସିଥିଲି ଚାହିଁ

ତୋ ରାକ୍ଷୀ ପିନ୍ଧିବି ବୋଲି ।

କହିଥିଲି ମୁହିଁ ଆର ବରଷକୁ

 ଆଗରୁ ଦେବି ପଠାଇ

ରାକ୍ଷୀପୂର୍ଣ୍ଣିମାର ଆଗରୁ ନିଶ୍ଚିତ

ପହଞ୍ଚିବ ରାକ୍ଷୀ ଯାଇ।

କରୋନାର ହାତ ଧରି ଗଲୁ ଚାଲି

ପଛକୁ ଚାହିଁଲୁ ନାହିଁ

ନ ପାରିଲି ଦେଖି ତୋ ମୁହଁକୁ ଥରେ

ସନ୍ତାପି ହେଉଛି ମୁହିଁ।

ରାକ୍ଷୀଟିଏ ଧରି କେତେ ଆବେଗରେ 

ବସିଛି ଶୂନ୍ୟକୁ ଚାହିଁ

ଯେଉଁ ରାଇଜରୁ ଫେରିନାହିଁ କେହି 

ଫେରି ଆସିବୁ କି ତୁହି?


Rate this content
Log in

Similar oriya poem from Tragedy