STORYMIRROR

padmaja pati

Action

4  

padmaja pati

Action

ଆଧୁନିକ ମାଣବସା

ଆଧୁନିକ ମାଣବସା

1 min
331


ବିଧି ବିଧାନରେ ପୂଜା କରୁଥିଲେ

ଲକ୍ଷ୍ମୀ ପୁରାଣକୁ ବୋଲି 

ଆଙ୍କି ଝୋଟିଚିତା ଦାଣ୍ଡ ଠୁ ଦୁଆର

ଶାଶୁ ଦେଇ ହୁଳହୁଳି ।

ବୁଧବାର ରାତି ଅଧରୁ ଉଠି ସେ

ସାରୁଥିଲେ ବାସି କାମ।

ବାଳ ଭୋଗ ଅତି ଯତନେ ସଜାଡି

ସୁମରି ଶ୍ରୀଲକ୍ଷ୍ମୀ ନାମ।

ଲକ୍ଷ୍ମୀପାଦ ଚିତା ସବୁ ଘର ଆଗେ

ଲାଗେ ସତେ କି ମନ୍ଦିର

ବଦଳିଛି ଯୁଗ ପୂଜା ବିଧିମାନ

ନାହିଁ ତ ଆଗ ଆଦର।

ବୋହୂ ସାଆନ୍ତାଣୀ ମାଣବସା ଓଷା

ଆସିଲେ ଭାଳଇ ମନେ

କିପରି ସରିବ ଶେଷ ଗୁରୁବାର

କାମ ଟା ବିଧି ବିଧାନେ।

ବଢ଼ିଛି ଜଞ୍ଜାଳ ନ ମିଳେ ସମୟ

ପୁରାଣଟା ପଢିବାକୁ

ତରବରେ ଉଠି ଖୋଲିଦିଏ ଆଗେ

ପ୍ରାର୍ଥନା ଚ୍ୟାନେଲଟାକୁ।

କାମ କରୁକରୁ ଲକ୍ଷ୍ମୀ ପୁରାଣଟା

କାନେ ଶୁଣି ହସ ହସ

ଟିଭି ପରଦାରେ ଦେଖି ଲକ୍ଷ୍ମୀ ପୂଜା

ମନରେ ଆଣେ ସନ୍ତୋଷ ।

ଘରଣୀ ଆଜିର ସବୁ ପାରିବାର

ଗୃହଲକ୍ଷ୍ମୀ ନୁହେଁ ଖାଲି

ଅଫିସ୍ ଲକ୍ଷ୍ମୀର ଆସନେ ବସିଛି

ଫାଇଲ୍ ପତର ଖୋଲି।

ତଥାପି ରହିଛି ଶ୍ରଦ୍ଧା ଓ ଭକତି

ମହାଲକ୍ଷ୍ମୀ ପଦେ ମତି

ନ ପକାଉ ଝୋଟି, ନ ଗଢ଼ୁ କାକରା

ମଣ୍ଡା, କ୍ଷୀରି ଭୋଗ ନିତି।।



Rate this content
Log in

Similar oriya poem from Action