STORYMIRROR

padmaja pati

Abstract

3  

padmaja pati

Abstract

ପୁଷ୍ଟିଶସ୍ୟ ଅଟେ ସେହି

ପୁଷ୍ଟିଶସ୍ୟ ଅଟେ ସେହି

1 min
159

ନାକ ଟେକୁଥିଲେ ଯା'ର ନାମ ଶୁଣି

ପାଉ ନ ଥିଲା ଆଦର

ସଭ୍ୟ ସମାଜରେ ଟେକୁଅଛି ଶିର

ପୁଷ୍ଟି ଶସ୍ୟ ନାମ ତା'ର ।


ଶ୍ରୀ ଅନ୍ନ ଭାବରେ ଆଜି ପରିଚିତ

ଘରେ ଘରେ ଚର୍ଚ୍ଚା ତା'ର

ଧନୀ କି ଗରୀବ ସବୁରି ଥାଳିରେ

ଡାଇବେଟିସ ରୋଗୀ ଆହାର।


ଶ୍ୱେତସାର, ପୁଷ୍ଟିସାର ଅଛି ତହିଁ

ଆବର ଯେ ସ୍ନେହସାର

ଆଣ୍ଟି ଅକ୍ସିଡାଣ୍ଟ ଭରିଛି ସେଥିରେ

ଆଶା ସେ ଭବିଷ୍ୟତର ‌‌।


ଜୀବସାର ମଧ୍ୟ ରହିଛି ସେଥିରେ

ତା ' ସହିତ ଧାତୁସାର

ଲୌହ, ପୋଟାସିୟମ, ଫସଫରସ ମାତ୍ରା

ଦିଅଇ ସୁସ୍ଥ ଶରୀର।


ଗ୍ଲାଇସେମିକ ଇଣ୍ଡେକ୍ସର ନ୍ୟୁନତା

ଡାଇବେଟିସ ରୋଗୀ ହିତେ

ରକ୍ତହୀନତା ବି ହୋଇଯିବ ଦୂର

ଖାଇଲେ ଯିବା ପରତେ।


ଶିଶୁ ଓ ଜନନୀ ସ୍ବାସ୍ଥ୍ୟ ରକ୍ଷାପାଇଁ

ଅତି ଉପାଦେୟ ସେହି

କିଶୋରୀମାନଙ୍କ ପାଇଁ ଆବଶ୍ୟକ

ପୋଷାକତତ୍ତ୍ଵ ସେ ବହି ।


ବାଜରା, ମାଣ୍ଡିଆ, କୋଦରୁ ପ୍ରସ୍ତୁତ

ପୁଷ୍ଟିକର ଖାଦ୍ୟ କେତେ

ମିଶନ ଶକ୍ତିର ମହିଳାମାନଙ୍କ

ଅର୍ଥ ଉପାର୍ଜନ ହିତେ।


ଲୋଡ଼ା ନାହିଁ ସାର, କୀଟନାଶକ ବି

ଅଳପ ଜଳ ଲୋଡ଼ଇ

ଲାଭଦାୟୀ, ଭର ଚାଷୀ ଓଠେ ହସ

ପୁଷ୍ଟିଶସ୍ୟ ଅଟେ ସେହି।



Rate this content
Log in

Similar oriya poem from Abstract