STORYMIRROR

padmaja pati

Abstract

4  

padmaja pati

Abstract

ବାକି ନ ରହିଲା କିଛି

ବାକି ନ ରହିଲା କିଛି

1 min
365

ପରୀକ୍ଷା ଦେବାକୁ ବାହାରିଲେ ପିଲା

ମାଆ କହଇ ତାହାକୁ

କଲମ ସହିତ ପ୍ରବେଶ ପତ୍ରଟା

ଭୁଲିବୁ ନାହିଁ ନେବାକୁ।

ପାଠ ପଢା ସାରି ଚାକିରି କ୍ଷେତ୍ରକୁ 

ଯାଏ ସେ ଯେବେ ବାହାରି

ମାଆ ,ବାପା ମନେ ଆନନ୍ଦ,ବିଷାଦ

ହେଉଥାନ୍ତି କେତେ ଝୁରି।

କାମର ଚାପରେ ନ ପଡ଼ିବୁ ଭାଙ୍ଗି

ଭଉଣୀ କହଇ ହସି

ଛାଡି ଯାଇଛୁ କି ଚାକିରି କାଗଜ?

ଯିବୁ ଅକାରଣେ ଫସି।

ମାଆ ଚାହିଁ ରହେ ପୁଅ ଯିବା ବାଟ

ସରେ ତା' ଅଳି ଅର୍ଦ୍ଦଳି

ଭାବେ କେଉଁ ଦିନ ଫେରି ଆସି ପୁଣି

ଡାକିବ ସେ ମାଆ ବୋଲି ।

ଚାକିରି କ୍ଷେତ୍ରରୁ ନେଇ ଅବସର

ବାପା ଫେରିଲେ ଘରକୁ

ମୁହଁକୁ ଶୁଖାଇ କାନ୍ଦ କାନ୍ଦ ହୋଇ

ଚାହାନ୍ତି ଫେରି ପଛକୁ ।

ସମୟର ସୁଅ ଚାଲଇ ଆଗକୁ

ବାର୍ଦ୍ଧକ୍ୟ ଆସଇ ମାଡି

ଯାଏ ଚାଲି ବଳ ଈଶ୍ଵର ଭରସା

କରି ଧରେ ଆଶା ବାଡି।

ଚିତ୍ରଗୁପ୍ତ ଆସି ଦୁଆର ମୁହଁରେ

ବସିବାର ବେଳେ ହେଲେ

ଭାବଇ ମନରେ ହିସାବ ନିକାଶ

ପୂରା ତ ନୋହିଲା ତିଳେ।

ଜୀବନ ଗଣିତ କଷିବା କଠିନ

ଦୁଃଖ ସୁଖ ତହିଁ ଅଛି

ଅର୍ଜରଜି ଯେତେ ହରାଇଲି ସେତେ

ବାକି ନ ରହିଲା କିଛି।।


Rate this content
Log in

Similar oriya poem from Abstract