ପଦଟିଏ ତୋ ନାଁରେ ପ୍ରିୟା ୨୬
ପଦଟିଏ ତୋ ନାଁରେ ପ୍ରିୟା ୨୬


ଚିଠିଟିଏ କେବେ ଦେଇ ନାହିଁ ବୋଲି
କର କେତେ ଅଭିମାନ
ଅଧା ଲେଖା ଚିଠି ଆଜି ବି ଲେଖୁଛି
ମାନୁନି ମୋହର ମନ ।
ପ୍ରଥମ ଚିଠିର ପ୍ରଥମ ଧାଡ଼ି ବି
ଆଜି ମୋର ମନେ ନାହିଁ
ଏତିକି ଜାଣିଛି ସେ ଧାଡିକ ପାଇଁ
କବି ହୋଇ ଗଲି ମୁହିଁ ।
ଚିଠି ପାଇଁ ଯେବେ କଲମ ଧରଇ
ତୁମରି ପାଇଁ ଗୋ ପ୍ରିୟା
ପ୍ରତିଟି ଅକ୍ଷରେ କବିତା ଭାବରେ
ମୋ ଆଗରେ ହୁଅ ଠିଆ ।
କେବେ ତୁମେ ହୁଅ କବିତାର ଧାଡ଼ି
କେବେ ଗଳ୍ପର ନାୟିକା
ଉପନ୍ୟାସ ତୁମ ପାଇଁ ଲେଖାହେଲା
( ଚିଠି ) ରହିଗଲା ଅଧା ଲେଖା ।