ପାଉଁଶ ତଳର ସ୍ୱପ୍ନ
ପାଉଁଶ ତଳର ସ୍ୱପ୍ନ
ଦୃଶ୍ୟମାନ ଅଟେ ଧ୍ୱ°ସର ପାହାଡ଼
ନାଳନ୍ଦା ଓ ତକ୍ଷଶିଳା
କହେ ସୋମନାଥ କାଶୀ ବିଶ୍ୱନାଥ
କୋଣାରକ ଭଗ୍ନ ଶିଳା ।
ଶ୍ରୀ ନୀଳକନ୍ଦରୁ ବିଧର୍ମୀ ମେଳଛ
ବିଗ୍ରହ ବଳେ ଘୋଷାଡି
କରିଛି ବି ଦାହ ଗଙ୍ଗା ନଦୀ କୂଳେ
ବ୍ରହ୍ମ ଯାଇନାହିଁ ପୋଡି ।
ଉନ୍ମେଷ ହୋଇଛି ଯୁଗେ ଯୁଗେ ସତ୍ୟ
ନାଶ ଯାଇଅଛି ପାପ
ଉଡୁଅଛି ବାନା ପତିତ ପାବନ
ଉଡୁଥିବ ପ୍ରତି ନିତ୍ୟ ।
ପାଉଁଶ ତଳରୁ ଉଦ୍ଭବିବ ପୁଣି
ବ୍ରହ୍ମ ସତ୍ୟ ସନାତନ
ମରେ ନାହିଁ କେବେ ଅମୃତ ଜୀବନ
ଅମର ସବୁଜ ସ୍ୱପ୍ନ ।
ସହିପାରେ ଶତ ବାଧା ଦୁର୍ବାଦଳ
ପ୍ରଚଣ୍ଡ ବି ବଜ୍ରାଘାତ
ସବୁଜ ସୁନ୍ଦର ଉଠଇ କଅଁଳି
ଜଣାଏ ଶୁଭ ପ୍ରଭାତ ।
ଧ୍ୱ°ସ ପାଇଁ ନୁହେଁ ଉଦ୍ଦିଷ୍ଟ ପୃଥିବୀ
ଦୁରାଚାର ନୁହେଁ ଧର୍ମ
ବଞ୍ଚି ବଞ୍ଚାଇବା ଜୀଇବା ଜୀବନ
କରିବା ମହତ କର୍ମ ।
ଈଶ୍ୱରଙ୍କ ସୃଷ୍ଟି ଅମୃତ ଜୀବନ
ଅବଦାନ ଜ୍ଞାନ ବୁଦ୍ଧି
କଲ୍ୟାଣ କାର୍ଯ୍ୟରେ ଲଗାଇବା ମନ
ପ୍ରକୃତିକୁ କରି ଶୁଦ୍ଧି ।
ନେବା ଆସ ଆମେ ଜୀବନ ଶପଥ
ଆଚରିବା ଗୁଣାଦର୍ଶ
ଗଢ଼ିବା ସ°ସାର ସରସ ସୁନ୍ଦର
ରଖିଯିବା କୀର୍ତ୍ତି ଯଶ ।
----
