ପାଉଁଶ ତଳର ସ୍ୱପ୍ନ
ପାଉଁଶ ତଳର ସ୍ୱପ୍ନ
ମରିଗଲି ପୋଡ଼ିଦେଲେ ମୁଁ ହେଲି ସମ୍ପୂର୍ଣ୍ଣ ପାଉଁଶ
ସ୍ୱପ୍ନ ଗୋଟେ ରହିଗଲା କଥା ଦିଅ ପୂରଣ କି ପାରିବ କରି
ହେ ମୋର ପ୍ରିୟ ମଣିଷ ।
ରକ୍ତମାଂସ ଶରୀର ତୁମର ମୋହ ଲୋଭ ଘେରିଛି ସେ ପୁର
ତଥାପି ଗାନ୍ଧୀ ଗୋପବନ୍ଧୁ ସେ ଶରୀରେ ହୋଇଲେ ଅମର ।
କିଆଁ ତୁମେ ନ ପାରିବ ତାହା ନୁହେଁ
ଏତେ ବଡ଼ ଅବୋଧ୍ୟ ଗଣିତ
ବେଳ ହେଲା ନାହିଁ ମୋତେ ନେଇଗଲେ ଯମଦୂତେ ଛାଡିଦେଇ
ମୋ ମୃତ ଶରୀର ଆଜି ମୁହିଁ ଆଉ ନାହିଁ ଏକଥା ଯେ ସତ ।
ପାଉଁଶ ତଳେ ରହିଛି ମୋର ଏକ ସ୍ୱପ୍ନ,
ସ୍ୱପ୍ନ ନୁହେଁ ସେ ଏକ ପ୍ରଶ୍ନ
ରଖି ସେ ପାକେଲା କିଆଁ ନେଇଯାଏ କଞ୍ଚା
ଏଇଟା କଣ ଭଲକରେ ସେହି କାଳଯମ ?
