STORYMIRROR

Kishore Nayak

Children

3  

Kishore Nayak

Children

"ପାଠ ପଢି ହେବା ବଡ଼ ମଣିଷ "

"ପାଠ ପଢି ହେବା ବଡ଼ ମଣିଷ "

1 min
160

ଶିଶୁ ଓ କିଶୋର ମାନଙ୍କ ପାଇଁ କବିତାଟିଏ 


ପାଠ ପଢି ହେବା ବଡ ମଣିଷ 

ଦେଶ ବିଦେଶରେ ଲଭିବା ଯଶ ll

ଜୀବନ ଆମର କରିବା ଧନ୍ୟ 

ଶିକ୍ଷା ସମୃଦ୍ଧିରେ ହେବା ଅନନ୍ୟ ll

ବଢ଼ାଇ ତୋଳିବା ଦକ୍ଷତା ଆମ 

ଯୋଗ୍ୟତା ବଳରେ ଲଭି ସୁନାମ ll

ସବୁରି ମୁହଁରେ ଫୁଟାଇ ହସ 

ଗଢିବା ଆଦର୍ଶ ଭାରତ ବର୍ଷ ll

ଅଜ୍ଞାନ ଜଡ଼ତା ନାଶିବା ଆମେ 

ଅନ୍ଧ ବିଶ୍ୱାସକୁ ଧର୍ମର ନାମେ ll

ଗୁରୁଜନେ ସଦା କରିବା ଭକ୍ତି 

ତାଙ୍କରି ଆଶିଷେ ଲଭିବା ଶକ୍ତି ll

ଏ ଦେଶ ମାଟିର ଗୌରବ ଗାଥା 

ପରମ୍ପରା ଆଉ ସଂସ୍କୃତି ପ୍ରଥା ll

ସବୁକୁ ମାନି ଚଳିବା ଆମେ 

ଆଗେଇ ଚାଲିବା ସବୁରି କାମେ ll

ମନରେ ସଂଶୟ ନରଖି ଭୟ 

ସବୁଥିରେ ଆମେ ଲଭିବା ଜୟ ll



Rate this content
Log in

Similar oriya poem from Children