STORYMIRROR

Dr. Rajib Lochan Panigrahy

Children

4  

Dr. Rajib Lochan Panigrahy

Children

ପାଣିପାଗ

ପାଣିପାଗ

1 min
399

ମହୋଦଧିର କୃପା ବଳେ

ଅହରହ ଧରିତ୍ରୀର ପାଦ ଧୂଏ

ନାତିଶୀତୋଷ୍ଣ ପାଣିପାଗେ 

ମୃଦୁ ମଳୟ ବହେ ଉପକୂଳେ l


ଓଡିଶା ଉପକୂଳରେ

ସମୁଦ୍ର ଶୋଭାପାଏ

ଓଡିଶା ମାଟିର ସୌନ୍ଦର୍ଯ୍ୟ

ନଦ ନଦୀ ପାହାଡ଼ ଶୋହେ l


ଓଡ଼ିଆ ପୁଅ ସ୍ୱାଭିମାନୀ

ସବୁବେଳେ ଏହା ଜାଣି

ଏହାର ସାହିତ୍ୟ ସଂସ୍କୃତି

ଭାରି ଉତ୍କୃଷ୍ଟ ଜାଣି

ପଡୋଶୀଠୁ ଆରମ୍ଭି

ପ୍ରକୃତି ଵି ସହେ ନାହିଁ l


ସମିଦ୍ରିକ ଝଡ ହୋଇ

ମାଡି ଆସେ ଓଡିଶାକୁ

ନାରଖାର କରିବାକୁ

କୃଷକ ର ଫସଲକୁ l


ବାତ୍ୟା ରୂପ ନେଇ ସିଏ

ଆସେ ଖାଲି ପାର୍ବଣରେ

କରିଦିଏ ଛାରଖାର

ଶିହରଣ ଖେଳିଯାଏ l


ଯେତେ ଶତ୍ରୁ ଆସିଲେ ବି

ନିର୍ଭୟ ଓଡିଶା ଇଏ 

ଯେଉଁଠି ଅଛନ୍ତି ଜଗନ୍ନାଥ

ଜଗତର ନାଥ ହୋଇ l


Rate this content
Log in

Similar oriya poem from Children