Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ପାନ ପତୁରୀ ଭାରି ଚତୁରୀ

ପାନ ପତୁରୀ ଭାରି ଚତୁରୀ

1 min
370



ପାନ ପତୁରୀ ଭାରି ଚତୁରୀ 

ମାରୁଛୁ ଆଖି ବୁଲି

ତତେ ଅଠର ମତେ ବାଇଶି

ଏଥର ଚଳୁ ବୋଲି 

.........ପାନ ପତୁରୀ ଭାରି ଚତୁରୀ 

            ମାରୁଛୁ ଆଖି ବୁଲି ! ୦ !


ବେଣୀ ତୋହର ଭିଡ଼ିଲା ମାତ୍ରେ

ଧରିବୁ ନାହିଁ ମତେ

ଯଦି ଧରିଲୁ ରାଗିବୁ ନାହିଁ

କଥାକୁ ଦିଏ ସତେ

ତୋର ହସରେ ହସିବି ସିନା

ଡାକିବି ତତେ ଗେଲି

.........ପାନ ପତୁରୀ ଭାରି ଚତୁରୀ 

            ମାରୁଛୁ ଆଖି ବୁଲି ! ୧ !


ତୋର ବେଣୀରେ ଖଞ୍ଜିବି ଫୁଲ

ଓଠରେ ଦେବି ଚୁମା

ମିଛରେ ଆଉ ଫୁଟିବୁ ନାହିଁ

ପ୍ରେମରେ ହୋଇ ବୋମା

ତୋର ସ୍ନେହକୁ ବୁଝିବି ଏକା

ସୁଖରେ ଯାହା ହଲି

.........ପାନ ପତୁରୀ ଭାରି ଚତୁରୀ 

            ମାରୁଛୁ ଆଖି ବୁଲି ! ୨ !


ଘର ଭିତରେ ରଖିବି ତତେ

ସଜାଇ ମନ ରାଣୀ

ତୋର ଲାଗି ମୁଁ ଜାଣିବୁ କେତେ

ହେଇଛି ମହା ଗୁଣୀ

ଫଗୁ ଫଗୁଣେ ରଙ୍ଗ ଖେଳିବା

କହିବୁ ନାହିଁ ମଲି

.........ପାନ ପତୁରୀ ଭାରି ଚତୁରୀ 

            ମାରୁଛୁ ଆଖି ବୁଲି ! ୩ !





Rate this content
Log in

Similar oriya poem from Romance