STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ପାଗଳୀ ମାଆ

ପାଗଳୀ ମାଆ

1 min
171


ପାଗଳୀ ମାଆ ମୁଁ କ୍ଲାନ୍ତ ହୋଇ ଜମା

    ଥକି ପଡ଼େନାହିଁ କେବେ

ଚାଲେ ସଂଘର୍ଷର ପଥେ ନିତି ଦିନ

     ଅଭାବ ଆସଇ ଯେବେ ।।

ସମସ୍ତ ବେଦନା ବୁକୁ ତଳେ ଚାପି

    ଦୁଃଖ ସାଥେ ସଦା ରହେ

ଖରା, ବର୍ଷା ସହି କର୍ମ କରେ ନିତ୍ୟ

     ନାନାଦି କଷଣ ସହେ ।।

ଦେବାକୁ ମୁଠାଏ ଆହାର ମୋ ମୁଖେ

      ସଭିଙ୍କୁ ଲାଗଇ କଷ୍ଟ

ନିଜସ୍ୱ ଜଞ୍ଜାଳ  ମୁଣ୍ଡରେ  ମୁଣ୍ଡେଇ

      ଜୀବନ କରିଛି  ନଷ୍ଟ ।।

ମୁଣ୍ଡର  ଝାଳକୁ  ତୁଣ୍ଡରେ  ମାରିଣ

     ସ୍ନେହ ବାଣ୍ଟେ ଅସୁମାରି

ବିଶ୍ୱସ୍ତ ମଣିଷେ ସାଥେ ଚାଲୁଥାଏ

     ପ୍ରଭୁଙ୍କୁ ଭରସା  କରି ।।

ତଥାପି ମୋ ନିଜ ପିଲାଏ କହନ୍ତି

     ମାଆଟା ପାଗେଳି ଆମ

ସଂସାର ଯାକର ଲୋକଙ୍କ ଭିଡରେ

     କାହିଁକି ନେବାରେ ନାମ ।।

ମୁଣ୍ଡ ଝାଳ ତୁଣ୍ଡେ ଲଗାଇ ଦିନେ ମୁଁ

      କରିଥିଲି  ତାଙ୍କୁ ବଡ

ହାତ ପାଇଗଲା  ମୁଣ୍ଡକୁ ଆଜିରେ

     ପାଗଳୀ ଖୋଜୁଛି ନୀଡ ।।

ଅସ୍ତବ୍ୟସ୍ତ ଲାଗେ ସମୟ ସାଥିରେ

      ଲକ୍ଷ୍ୟସ୍ଥଳ ଆଶା ମରେ

ସୁଖ ଆଉ ଦୁଃଖ ଦୁଇ ପାର୍ଶ୍ବ ନେଇ

       କଣ୍ଟକିତ  ଦୂନିଆରେ ।।

ଦୁର୍ଲଭ  ଜନ୍ମକୁ  ପାଇଣ ମାଆଟି

      ପାଗଳୀରେ ହୁଏ ଗଣା

ଅପହଞ୍ଚ ରାସ୍ତା ନ ମିଳୁ ତାକୁରେ

      ମିଳୁ ବଞ୍ଚିବା ଠିକଣା ।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy