STORYMIRROR

#all in one adii

Tragedy

4  

#all in one adii

Tragedy

ପାଗଳି ମାଆର କାହାଣୀ

ପାଗଳି ମାଆର କାହାଣୀ

1 min
243

ପୁଅଝିଅ ସାଥିରେ , ମାଧବୀ ଆନନ୍ଦରେ

ସୁଖେ କାଟୁଥିଲା ତା' ଦିନ

ଝିଅର ବାହା ବେଳେ, ତା'ପୁତ୍ର ନଦୀ ମଧ୍ୟେ

ବୁଡିଣ ହରାଇଲା ପ୍ରାଣ।

ମୃତ ପୁତ୍ରର ମୁଖ,ଦେଖି ମାଧବୀ ଶୋକେ-

ଅଧୀର ହୋଇଲା ସେ ନାରୀ

ଭାଇ ବନ୍ଧୁ ସୋଦର,ପୁତ୍ର ଶ୍ମଶାନେ ନେଇ

ଦହନ କରିବେ ବିଚାରି।

ମାଧବୀ କଳବଳ,ପୁତ୍ର ମୋହେ ବ୍ୟାକୁଳ

ଧାବନ କରେ ପଡିଉଠି

ହା ପୁତ୍ର ବୋଲିକାନ୍ଦି, ଭୂମିରେ ମଥାପିଟି

ଗଡୁଛି ହୋଇ ଅତି ଦୁଃଖୀ।

ପିନ୍ଧାବାସକୁ ଫିଙ୍ଗି, ରେଣୁ ସର୍ବାଙ୍ଗ ବୋଳି

କେବେ କାନ୍ଦେ ସେ କେବେ ହସେ

ଚିତ୍ତ ସଚେତ ହେଲେ, କାନ୍ଦଇ ବିକଳରେ

ନିନ୍ଦେ ଭାଗ୍ୟକୁ ବୁଡି ଶୋକେ।

ପୁତ୍ର ଅନ୍ଧ ଲଉଡି,ଦରିଦ୍ର ପସରା ସେ

ନେତ୍ର ପିତୁଳା ଗଳାହାର

କିବା ଜନନୀପରେ,ରାଗି ଗଲାସେ ଦୂରେ

ନକରି ଚିନ୍ତା ସେ କାହାର।

ଏଭାବେ ସେ ମାଧବୀ, ଅଶନ ଅପାନରେ

ବିତାଏ କାନ୍ଦି ଦିବାନିଶି

ପାଗଳୀ ତାକୁ କହି,ହସି ପଡିଶାସାହି

ତା'ଛାଇ ସୁଦ୍ଧା ନମାଡନ୍ତି।

ଏମନ୍ତେ ସେ ଅଭାଗା, ସ୍ଵାମୀ ପୁତ୍ରବିୟୋଗା

କର୍ମ ଆଦରି ସହି ଦୁଃଖ

ଅତି ଶୋକେ ବ୍ୟାକୁଳ, ସୁଖି ଆଖିର ଜଳ

ହଜିଲା ତା' ସଂସାରୁ ସୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from #all in one adii

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୃତ୍ୟୁ

ମୃତ୍ୟୁ

2 mins ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Tragedy