STORYMIRROR

Madhabi Patel

Tragedy

4  

Madhabi Patel

Tragedy

ପାଦ

ପାଦ

1 min
199

ଚାଲୁଥିଲା ହଜାର ହଜାର ପାଦ

ଯୋଜନ ଯୋଜନ କୋଶ ଅତିକ୍ରମ କରି

ଝରୁଥିଲା ପାଦରୁ ଲୁହ।

କ୍ଷତରେ ଲୁଗା ବାନ୍ଧି ପୁଣି ଚାଲୁଥିଲା

ଜୟଯାତ୍ରା ନିଜ ଗାଁ ମାଟିକୁ।

ମନେ ପଡୁଥିଲା ଗାଆଁ ମାଆଁ

ଯେ ନିସ୍ବାର୍ଥରେ ବାଢିଦିଏ।

ତା ଅଣ୍ଟିର ଦରବ।

ପଖାଳି ଦିଏ ତାର କ୍ଲାନ୍ତି

ଆଖିର ଲୁହରେ।

ପୋଛିଦିଏ ସମସ୍ତ ଦୁଃଖ

ତା ପଣତରେ, ବହନ୍ତା ସୁଅରେ।

କୋଳେଇ ନିଏ ,ଭାବରେ ଅଭାବରେ।

ନିଶ୍ଚିନ୍ତରେ ଶୋଇପାରେ

ତା ଭଙ୍ଗା କୁଡିଆରେ।

ମେଲିଦିଏ ନିଜ ବକ୍ଷ

ଫୁଟାଇଦିଏ ନୂତନ

 ଆଶ୍ବାସନାର କଳିକା।

ସାଉଣ୍ଟି ନିଏ ତାର ଗୃହଛଡା

ଦାଦନ ପୁଅଙ୍କୁ ନିଜର ଭିତରେ।

ଫେରିଛି ପ୍ରବାସୀ ପୁଅ ତାର

ମନରେ ଅନେକ ଶୂନ୍ୟତା ଧରି।

ମାଆ ସିଏ ଜାଣିପାରେ

ସନ୍ତାନର ମନକଷ୍ଟ

କେତେ ଯନ୍ତ୍ରଣା ସହି ଆସିଛି ସେ

ତା କୋଳକୁ ଫେରି।

ଯୁଗଯୁଗ ତୃଷାତୁରା ମାଟି

ଅପେକ୍ଷାରେ ଥିଲା।

ଦିନରାତି କଟୁଥିଲା

ସନ୍ତାନକୁ ଝୁରି ଝୁରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy