STORYMIRROR

ତାରାପ୍ରସାଦ ଜେନା

Tragedy

4  

ତାରାପ୍ରସାଦ ଜେନା

Tragedy

ଓଠୁ ସବୁ ହସ ଲିଭିଗଲା ପରେ

ଓଠୁ ସବୁ ହସ ଲିଭିଗଲା ପରେ

1 min
9


ଓଠୁ ସବୁ ହସ ଲିଭିଗଲା ପରେ

ସୁଖର ପାହାଡ଼ ଛିଡ଼େ

ତେବେ କୃତ୍ରିମର ହସ ହସିବାକୁ

ଏମିତି ଅକାଳେ ପଡ଼େ

.............ଓଠୁ ସବୁ ହସ ଲିଭିଗଲା ପରେ

          ସୁଖର ପାହାଡ଼ ଛିଡ଼େ ! ୦ !


ନିଜ ଆଉ ପର ଚିହ୍ନା ଚିହ୍ନି ଚାଲେ

ଜୀବନ ହିସାବ ଖାତା

ସାବଧାନ ହୋଇ ବାଟ ଚାଲୁ ଚାଲୁ

ମଧୁର ଲାଗୁଛି ପିତା,

ସାନ୍ତ୍ବନାର ହାତ ବଢ଼ାଏନି କେହି

ମୁହଁକୁ ବୁଲାନ୍ତି ମୋଡ଼େ

.............ଓଠୁ ସବୁ ହସ ଲିଭିଗଲା ପରେ

          ସୁଖର ପାହାଡ଼ ଛିଡ଼େ ! ୧ !


ମୋହ ଯାହା ଥିଲା ମାୟା ଲାଗେ ଆଜି

ଦୁନିଆ ବିଷମ ଗତି

ଦେଖି ସବୁ ରୀତି ହସ ଟିକେ ଆସେ

ଚମକ ଲାଗୁନି ଛାତି

ସାଥୀ ହୀନ ଆଜି ବାହୁନିକି କାନ୍ଦେ

ସତେକି ଚଢ଼େଇ ନୀଡ଼େ

.............ଓଠୁ ସବୁ ହସ ଲିଭିଗଲା ପରେ

          ସୁଖର ପାହାଡ଼ ଛିଡ଼େ ! ୨ !




Rate this content
Log in

Similar oriya poem from Tragedy