STORYMIRROR

Prafulla Chandra Mishra

Fantasy

3  

Prafulla Chandra Mishra

Fantasy

ଓଁ ଶ୍ରୀଗଣେଶ

ଓଁ ଶ୍ରୀଗଣେଶ

1 min
294


ଶଇଳ ସୁତା ସୁତ ପ୍ରଭୁ ଗଣ ନାଥ ଦରଶନ ଦେବ ଆସି

ଅବିଦ୍ୟା ସାଗରେ ସଂସାର ଟା ସାରା ଦେଖହେ ଯାଉଅଛି ଭାସି ।।


ବନ୍ଦେ ସଜ କଞ୍ଜ ପୁରିତ ରଙ୍ଗ ରାଗ ବିଭା ଶୋଭା ଶ୍ରୀପୟର

ବନ୍ଦେ ଲମ୍ଵୋଦର ପୃଥୁତର ଜଠର ବିଦ୍ୟା ଜ୍ଞାନ ଗନ୍ତାଘର

ଅଜ୍ଞାନ ଅନ୍ଧତ୍କାର ଅବସାନେ କୃପାଜଳ ଦିଅ ହେ ବରଷି

ଖର୍ବ ସ୍ଥୁଳ କାନ୍ତି ଗଜବତ୍କ୍ର ମୁରତି ମୁକୁଟେ ଶୋଭିତ ଶଶି ।। 


ଅଷାଢ଼ୁଆ ମେଘେ ଶ୍ୟାମଳିମା ରଙ୍ଗେ ଆକାଶ “ଅବନୀ ସବୁଜ

ପରେ” ନାନା ଜାତି ଫୁଲ ଫୁଟି ତବ ଆଗମନରେ ସଜବାଜ

ବନ୍ଦେ ଏକଦନ୍ତ ଗଉରୀ ମାନସ ପୁତ୍ର ସ୍ବାଗତଇ ପ୍ରକୃତି

ସିଦ୍ଧି,ରିଦ୍ଧି ହୃଦୟ ସରସୀ ମାନସ ହଂସ ଆସ ହସି ହସି ।। 


ତନ୍ମଧ୍ୟରେ ତୁମ ଚରଣ କିଙ୍କର ପାତିଛି ହୃଦ ସିଂହାସନ

ବନ୍ଦନା କରୁଛି ପାଶାଙ୍କୁଶ ଧର କାନ୍ତି ଯା ସିନ୍ଦୂର ବରଣ

ଉତ୍ତଳା ଅଜ୍ଞାନ କରାଳ ଲହରୀ କବଳୁ‌ ଉଦ୍ଧାରିବ ଆସି

ଇନ୍ଦୁର ବାହାନ ଯାହାର ଆସନ ଅଗ୍ରପୂଜ୍ୟ ହେ ବ୍ରହ୍ମ ରାଶି ।।


ପ୍ରଫୁଲ୍ଲ ମନ ଫୁଲର ଘେନି ପୁଷ୍ପାଞ୍ଜଳି ବିନାୟକ “ପରସି- 

ଦିଅ” ଦିବ୍ୟଜ୍ୟୋତି ମନ ଆକାଶରେ ଜ୍ଞାନ ସୂର୍ଯ୍ୟ ଉଠୁ ଉଦ୍ଭାସି

ଶଇଳ ସୁତା ସୁତ ପ୍ରଭୁ ଗଣନାଥ ଦରଶନ ଦେବ ଆସି

ଅଜ୍ଞାନ ସାଗରେ ସଂସାରଟା ସାରା ଦେଖହେ ଯାଉଛି ଭାସି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy