STORYMIRROR

Kali Kumar

Tragedy

4  

Kali Kumar

Tragedy

ଓଲଟା ସୁଅର ଦିଗରେ

ଓଲଟା ସୁଅର ଦିଗରେ

1 min
23.4K

    

କେତେ ଯେ କଷ୍ଟ ସେ ଓଲଟା ସୁଅର ଦିଗରେ 

ଯାତ୍ରାର ପଥକୁ ନିର୍ଦ୍ଧାରଣ କରିବା

କେତେ ଯେ ଯନ୍ତ୍ରଣାସିକ୍ତ ସେ ଓଲଟା ସୁଅର ଛାତିକୁ ଚିରି

ନିଜ ପଦଚିହ୍ନର ସଫଳତାକୁ ଉଲ୍ଲେଖ କରିବା ।।


କିଛି ଆଶା କିଛି ଆକାଂକ୍ଷା 

କିଛି ଉଦ୍ଦୀପନା କିଛି ଉନ୍ମାଦନା

କିଛି ସ୍ୱପ୍ନ କିଛି ପରିବର୍ତ୍ତନକୁ

ସାଥିରେ ଗଣ୍ଠୁଲି କରି ସେଦିନ 

ସେ ଏହି ସୁଅର ଦିଗରେ ବାହାରି ପଡ଼ିଥିଲା ।।


ବାସ୍ ! ରଂଗହୀନ ଜୀବନରେ ରଙ୍ଗ ଭରିବାକୁ

ସ୍ୱପ୍ନହୀନ ଆଖିରେ ସ୍ୱପ୍ନିଳ ଦୁନିଆ ଦେଖିବାକୁ

ଆଶାଶୂନ୍ୟ ଅଗଣାରେ ଉଚ୍ଚାଭିଳାଷାର ସୌଧ ତୋଳିବାକୁ

ଅଭିଶପ୍ତତାର ଖୋଳପାକୁ ପରିତ୍ୟାଗ କରି ଅଭିସାର କିଣିବାକୁ

ସମସ୍ତଙ୍କୁ ଗଣ୍ଠୁଲି କରି ସେଦିନ 

ସେ ଏହି ସୁଅର ଦିଗରେ ବାହାରି ପଡ଼ିଥିଲା ।।


ସଂଗ୍ରାମୀ ସମ ରକ୍ତକୁ ସ୍ବେଦ କରି

ଜୀବନର ସ୍ୱାଦ ଚାଖିବାକୁ

ଦଧିଚି ସମ ଅସ୍ଥିକୁ ଅସ୍ତ୍ର କରି

ଦୀନ - ଦାରିଦ୍ର୍ୟତା ନାଶିବାକୁ

ନିର୍ଝରିଣୀ ସମ ନିରନ୍ତରେ ଝରି

ସୌଭାଗ୍ୟକୁ କୋଳାଗ୍ରତ କରିବାକୁ

ନେପୋଲିଅନ୍ ପରି ସ୍ବ-ହସ୍ତକୁ ଚିରି

ଭବିଷ୍ୟତେ ନାମ ସ୍ବାକ୍ଷର ଲେଖିବାକୁ

ସେ ଏହି ସୁଅର ଦିଗରେ ବାହାରି ପଡ଼ିଥିଲା ।। ।।


କିନ୍ତୁ ଦୁଃଭାଗ୍ୟ !

ସରଳ ନିଷ୍କପଟ ନିସ୍ୱଚ୍ଛଳ ଅନାବିଳ ସ୍ୱପ୍ନ ସବୁ 

ବଳି ପଡ଼ିଗଲା ସ୍ବେଚ୍ଛାଚାରୀଙ୍କ ସ୍ୱାର୍ଥପରତା ସମ୍ମୁଖରେ

ଅମୀମାସିଂତ ଜୀବନ ସମୀକରଣର ଅଡ଼ୁଆ ସୂତା ଖିଅରେ

ଅନେକ ଜୀବନ୍ତ ସଦ୍ୟ ଜନ୍ମିତ ସ୍ୱପ୍ନ ସବୁ ଛନ୍ଦି ହୋଇଗଲା

ବୁଢ଼ିଆଣି ଜାଲର ସ୍ୱରଚିତ ଚକ୍ରବ୍ୟୁହର ଚକ୍ରଫାସରେ

ଦୀନ ହୀନ ଦୁର୍ଦ୍ଦଶାର ଅନଳେ ସାମ୍ରାଜ୍ୟବାଦର ଚକ୍ରତଳେ

ସହର ଅପର ପାର୍ଶ୍ଵର ଛିଦ୍ର ପୋଲିଥିନ୍ ତଳର ସ୍ୱପ୍ନ ସବୁ

ସ୍ବେଚ୍ଛାଚାରର ମାଡ଼ରେ ଧୂଳି ଧୂସରିତ ହୋଇ ଗଡ଼ିଗଲା ।।


ପୁନଃ ତାକୁ ଚାଲିବାକୁ ହେବ

ଦୀନ ଦରିଦ୍ର୍ୟର ନିଘଞ୍ଚ ଦୂର୍ଗମ ଅରଣ୍ୟରେ

ପରିକଳ୍ପିତ ପରିକଳ୍ପନା ରାଜ୍ୟର ପରିଧିରୁ ମୁହଁ ମୋଡ଼ି

ସଂବାଳୁଆ ପରି ପରିଶ୍ରମର ଅଦୃଶ୍ୟ ପଥେ ଭିଡ଼ିମୋଡ଼ି

ଆଶା, ଆକାଂକ୍ଷାର ଇନ୍ଦ୍ରଜାଲର ମୋହକୁ ଫେଡ଼ି

ପୁନଃ ତାକୁ ଉଡ଼ିବାକୁ ହେବ

ଖଦ୍ଯୋତ ପରି ଭୂ_ପତିତ ପରେ ଉଠିପଡ଼ି

ପୁନଃ ତାକୁ ଚାଲିବାକୁ ହେବ

ଓଲଟା ସୁଅର ଦିଗରେ ପୁନଃଶ୍ଚ ଅଣ୍ଟା ଭିଡ଼ି ।।



రచనకు రేటింగ్ ఇవ్వండి
లాగిన్

Similar oriya poem from Tragedy