STORYMIRROR

Subhalaxmi Nayak

Tragedy

4  

Subhalaxmi Nayak

Tragedy

ନୟନତାରା

ନୟନତାରା

1 min
414

ଆଜି ରାସ୍ତାର ଗୋଟିଏ ପାଖରେ

ଛିଡ଼ା ହୋଇ ସଞ୍ଜୟ ଭାବୁଥିଲା

ସମୟ ଏମିତି ଖେଳ ଖେଳିଯିବ

ସତରେ କିଏ ବା ଜାଣିଥିଲା।


ଅତୀତର ସ୍ମୃତି ରହି ରହି ଆଜି

ଦୋହରାଉଛି ସତେ ଯେମିତି

ଲିଭୁ ନାହିଁ ଦାଗ ଯାଉ ନାହିଁ ଦୁଃଖ

ଯେତେ ଭୁଲିବାକୁ ଚାହିଁଲେ ବି।


ଏମିତି ଥରେ ଝିଅଟିଏ ସହ

ଦେଖା ହୋଇଥିଲା ଏଇଠି

ରୂପରେ ଯେମିତି ସରଗ ସୁନ୍ଦରୀ 

ଓହ୍ଲାଇ ଆସିଛି ମର୍ତ୍ତ୍ୟେ ଦେହ ଧରି।


ଅପେକ୍ଷାରେ ଥିଲା କାହାର ସେହି

ସଞ୍ଜୟ ଦେଖୁଥିଲା ତାକୁ ଏକଲୟ ହୋଇ

ଟାଉନ ବସ୍ ଆସିଲା ମାଡ଼ି 

ଚାଲିଗଲା ଝିଅଟି ତା'ର ଆଶା ବାଡ଼ି କାଢ଼ି।


ଦୁଃଖରେ ସଞ୍ଜୟ ମ୍ରିୟମାଣ ହୋଇ

ଭାବୁଥିଲା ତା'ପରଦିନ କଥା ହେବ ଯାଇ

ସମାନ ସମୟ ସମାନ ଯୋଗରେ

ଦେଖା ହେଲା ସେହି ଝିଅ ସେଇଠି ପୁଣି ଥରେ।


ସାହସ କରି ପାଖକୁ ଗଲା ସଞ୍ଜୟ

କଥା ହୋଇ ତା ସହ ଦେଲା ପରିଚୟ

ସମ୍ପର୍କ ଗଢ଼ି ଉଠିଲା ନିବିଡ଼ ବନ୍ଧୁତାର

ଝିଅଟି କହିଲା ମୋ ନାଁ ନୟନତାରା।


ସମୟ ସୁଯୋଗ ଦେଖି ସଞ୍ଜୟ ପଚାରେ 

କଥାଟିଏ କହିବି ରହିଛି ମନ ଭିତରେ

ତୁମକୁ ଭଲପାଏ ମୁଁ ମୋ ଜୀବନ ଠାରୁ ବି ଅଧିକ

ଦେଇ ପାରିବ କି ତୁମ ଜୀବନସାଥୀର ପରିଚୟ ।


ନୟନତାରା ଆଖିରେ ଆନନ୍ଦର ଲୁହ

ସଞ୍ଜୟ ମନରେ ଆନନ୍ଦର ସୁଅ

ହାତରେ ଛନ୍ଦି ହାତ ଉଭୟ

ଯୋଡ଼ି ହୋଇଗଲା ସାତ ଜନ୍ମର ଖିଅ।


ପ୍ରଥମ ବରଷ ବିବାହ ବାର୍ଷିକୀ ଦିନ

ସଞ୍ଜୟ କରିଲା ନୟନତାରାକୁ ତା'ର ଚକ୍ଷୁଦାନ

ଚକ୍ଷୁ ପାଇ ନୟନତାରା ନୂଆ ଜୀବନ ଦେଖେ

ବିଶ୍ୱାସର ସମ୍ପର୍କ ଆଜିକାଲି କିଏ ବା ରଖେ?


ଅଳପ ଦିନରେ ନୟନତାରା ବାହାନା କରି 

ଚାଲିଗଲା ଛାଡ଼ି ସଞ୍ଜୟର ପ୍ରେମକୁ ପାଶୋରି

କେବେ ଦିନେ ଯିଏ ଥିଲା ଆଖି ନ ଥାଇ ଅନ୍ଧ

ଆଜି ଆଖି ପାଇ ଡେଇଁ ଗଲା ନୈତିକତାର ବନ୍ଧ।


ଆଖିରୁ ଲୁହ ପୋଛି ସଞ୍ଜୟ ବଢ଼ାଇଲା ଗୋଡ଼ 

ଅତୀତ ଯେ ଥିଲା ତା'ର ଭାଗ୍ୟର ମୋଡ଼

ବିଶ୍ୱାସର ଖିଅ ତା'ର ତୁଟିଲାଣି ଯେବେଠାରୁ 

ନୟନର ମୂଲ୍ୟ ବୁଝି ସାରିଲାଣି ସେବେଠାରୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy