STORYMIRROR

Bharatabandhu Biswal

Tragedy Inspirational

4  

Bharatabandhu Biswal

Tragedy Inspirational

ନର୍କକୀଟ କ୍ରମଶଃ କ୍ରମଶଃ

ନର୍କକୀଟ କ୍ରମଶଃ କ୍ରମଶଃ

1 min
357

ଦଶମାସ ଦଶଦିନ ସଞ୍ଚରି ଗରଭେ

ଭୂମିକୁ ଛୁଇଁବା ପରେ

ଶୁଭିଥାଏ କୁଆଁକୁଆଁ ରାବ

ଷଠିମାତା ସେକିସାକି କପାଳରେ

କାଟିଦିଏ ଗାର

ଷୋଳପୂଜା ଏକୋଇଶା ଗଣିଗୁନ୍ଥି

ତିଥିବାର ରାଶି ଓ ନକ୍ଷତ୍ର 

ଦିଆଯାଏ ଶିଶୁଟିର ନାଁ ।

ମାତାପିତା ପାଳିପୋଷି ଆଦର ଯତନେ 

ଶିଶୁଟିକୁ କରିଥାନ୍ତି ବୋଧ

ଅତିକ୍ରାନ୍ତେ ଚପଳ କୈଶୋର 

ଭରିଯାଏ ଯୌବନର ଉଦ୍ଦାମତା

କାମିନୀର ଅଙ୍ଗସଙ୍ଗ 

ସପନ ବିଭୋର ପ୍ରାଣ ହୋଇ ଆନମନା

ଖୋଜିଥାଏ ପ୍ରେମ ଆତ୍ମୀୟତା ।

ବଢେ ଲୋଭ ଦେହସୁଖ ମାୟାମୋହ

ପ୍ରତିସ୍ପର୍ଦ୍ଧା ଅର୍ଥ ଓ କ୍ଷମତା ଲିପ୍ସା

ମଣିଷକୁ କରିଦିଏ ଅନ୍ଧ

ଆପଣାକୁ ମଣି ନିଜେ ବଳବାନ ଶ୍ରେଷ୍ଠ 

ଜଗତକୁ ଭାବେ ନୀଚ୍ଚ ତୁଚ୍ଛ 

ଅଜ୍ଞାନ ତିମିର ଘୋର

ଗ୍ରାସିଯାଏ ଜୀବନକୁ କ୍ରମଶଃ କ୍ରମଶଃ ।

ପୁରୁଷାର୍ଥ ପରମାର୍ଥ ଆଲୋକିତ ମାର୍ଗସବୁ

ପ୍ରମାଦରେ ପରିପୂର୍ଣ୍ଣ ଅବା ଅବରୁଦ୍ଧ 

ଜଞ୍ଜାଳଗ୍ରସ୍ତ ଜୀବନେ ଖାଲି ହାହୁତାଶ

ମୂୂଲ୍ଯବୋଧହୀନ ନିମିତ୍ତ ମାତ୍ର ମଣିଷ

ମୋକ୍ଷ ପଥୁ ହେଉଛି ବିଚ୍ଯୁତ

ପାଲଟୁୁଛି ନର୍କକୀଟ ଯନ୍ତ୍ର କ୍ରୀତଦାସ ।।


Rate this content
Log in

Similar oriya poem from Tragedy