ନନ୍ଦନବନର ପରୀ
ନନ୍ଦନବନର ପରୀ
ତୁମେ ବସନ୍ତର ବାସନ୍ତୀ ଶୋଭା ଲୋ
ପ୍ରୀତିର ନନ୍ଦନ ବନ
ସ୍ରଷ୍ଟାଙ୍କର ତୁମେ ଅପରୂପ ସୃଷ୍ଟି
ପ୍ରୀତିଭରା ଏକ ମନ I
ତୁମ କଣ୍ଠସ୍ୱର କାନେ ବାଜିଗଲେ
ପୁଲକିତ ହୁଏ ତନୁ
ତୁମରି ରୂପରେ ଫିକା ଫିକା ଦିଶେ
ପୂରୁବେ ଉଦୟଭାନୁ I
ତୁମରି ହାତର ମୁଲାୟମ ସ୍ପର୍ଶେ
ଯଉବନ ଉଠେ ଚେଇଁ
ଜୁଆରିଆ ହୁଏ ଜୀବନ ନଈଟା
ବନ୍ଧବାଡ ମାନେନାହିଁ I
ରୂପ ଅହଂକାରୀ ଫୁଲମାନେ ସବୁ
ନୁଆଁଇ ଦିଅନ୍ତି ମଥା
ତୁମରି ରୂପକୁ ବର୍ଣ୍ଣିବା ପାଇଁକି
ମୂକ କହିଥାଏ କଥା I

