STORYMIRROR

Lalit kumar Swain

Fantasy Inspirational

3  

Lalit kumar Swain

Fantasy Inspirational

ନନ୍ଦଳା କୂଅ

ନନ୍ଦଳା କୂଅ

1 min
151


ପ୍ରାଚୀନ କିମ୍ବଦନ୍ତୀ ରୁ ଆଜିଯାଏ

ବହୁତ ଶୁଣିଛି, ତାର ଗୁଣ ଗରୀମାର କଥା

ଭରଷାର ନିରନ୍ତର ସାଥି ଟିଏ

ପରସ୍ତ ପରସ୍ତ ପଥରର ଗଠିତ ଏ କୂଅ

ଚାହିଁଲେ ସ୍ପଷ୍ଟ ଦିଶେ ସଭିଙ୍କ ମୁଂହ

ମୁଁହ ନା ନନ୍ଦଳା କୁହଁ।


ଆଜି ଜରାଜୀର୍ଣ୍ଣ ତାର କଳେବର କାୟା

ଥିଲା ଦିନେ, ଆଖ ପାଖ ଚଉପାଖ ରେ

ନିଜର ନିର୍ମଳ ଓ ସ୍ୱାଦିଷ୍ଟ ଅମୃତ ପାଈଁ

ଲଭିଥିଲା ପ୍ରସିଦ୍ଧି ର ସହ

ଚାହିଁଲେ ସ୍ପଷ୍ଟ ଦିଶେ ସଭିଙ୍କ ମୁଂହ

ମୁଁହ ନା ନନ୍ଦଳା କୁହଁ।


ଏକଦା ଭାରୁଆ ବୋହୁଥିଲା ଏହାର ଜଳ

ପାରିକୁଦ ରାଜା ସାହେବଙ୍କ ପାନୀୟ ପ୍ରିୟ

ଅନେକ ରୋଗର ଔଷଧର ସାଥି

ସ୍ୱାଦ ଓ ଶୀତଳର ବର୍ତ୍ତାବହ

ଚାହିଁଲେ ସ୍ପଷ୍ଟ ଦିଶେ ସଭିଙ୍କ ମୁଂହ

ମୁଁହ ନା ନନ୍ଦଳା କୁହଁ।


ଆଜି ଶିଉଳି ଚାଦର ଘୋଡେଇ ହୋଇଛି

ଜୀର୍ଣ୍ଣ ରୁଗ୍ଣ ହୋଇ, ଆକୁଳେ ଚାହିଁଛି

ଆଜିବି କିଛି ଅସମ୍ଭବ କଥା ଶୁଣିଲେ

ପାରିକୁଦ ଲୋକ କୁହନ୍ତି, ନନ୍ଦଳା କୂଅରେ 

ଧୋଇ ଆସ ମୁହଁ

ମୁଁହ ନା ନନ୍ଦଳା କୁହଁ।


କଥା ଅଛି, କୂଅ ଅଛି, ସମୟ ଯାଇଛି

ଅଲୋଡ଼ା ଆଖୋଜା ସମ

କର୍ପୂର ଉଡ଼ିଛି କନା ପଡିଛି

ଆଧୁନିକ ନଳକୂପ, ତାର ଗୁରୁତ୍ୱ ହରିଛି ଚାଂହ

ଚାହିଁଲେ ସ୍ପଷ୍ଟ ଦିଶେ ସଭିଙ୍କ ମୁଂହ

ମୁଁହ ନା ନନ୍ଦଳା କୁହଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy