" ନକ୍ଷତ୍ରର ଆଶା "
" ନକ୍ଷତ୍ରର ଆଶା "
ଅଦୃଶ୍ୟ ଏ ଜୀବନର
ପ୍ରତି ରଶ୍ମି ଧାରେ ,
ଅନ୍ଧକାରେ ଏକାନ୍ତ କି
ନିର୍ବାଣ ଆଶାରେ ।
ଏଠି ତ ଚକ୍କର କାଟେ
ଧରଣୀ ରାଜି ବି ,
ଅୟୁତ କଇଁର ଗନ୍ଧେ
ଜହ୍ନଟି ଲୁଚେ ବି ।
ନିର୍ମଳ ଆକାଶେ ଯହିଁ
ନ ଥାଏ ବାଦଲ ,
ହସନ୍ତି ସ୍ଵାଧୀନ ପ୍ରାୟେ
ଟିକି ତାରା ଫୁଲ ।
ବିନା ଜହ୍ନେ ତାରା ଫୁଲ
ଗନ୍ଧର୍ବ କୁମର ,
ଜହ୍ନ ଜୋଛନାରେ ଥିଲା
ପରିଚୟ ଛାର ।
ନୟନୁ ସରିଛି ପରା
ଭରା ଅବଶୋଷ ,
ବିମୁଗ୍ଧେ ଲେସିବେ ଜ୍ୟୋସ୍ନା
ପୋଛି ଅମା କ୍ଳେଶ ।
ଶରୀର କନକ କାନ୍ତି
ସରସ ପରାଣେ ,
ତାରା ଗଣ ମିଶି କରି
ଏ ଧରା କଲ୍ଯାଣେ ।
ଶିରୀ ସଂନ୍ଧ୍ୟା ଆଗମନେ
ନକ୍ଷତ୍ର ଚଞ୍ଚଳ ,
ଅସଂଖ୍ୟ କନ୍ଦର୍ପ ମାନେ
କରିବେ ଉଜ୍ଜ୍ୱଳ ।
ଘେନି ଘୃତ୍ଯ ଦୀପ ବତୀ
ଅମାରେ ଜାଳିଲେ ,
ଅନ୍ଧାରରୁ ଅବକାଶ
ଲଭିଯାଉ ଭଲେ ।
ସ୍ଵାର୍ଥ ହିଂସା ଦ୍ୱେଷ ପରି
ତାମସିକ ଗୁଣ ,
ସାତ୍ତ୍ୱିକ ପ୍ରଦୀପେ ପ୍ରଭୁ
ରଚିବେ ଭୁବନ ।
ଭାଙ୍ଗିଯାଏ ମାନସରେ
ଥିଲା ଯେତେ କାନ୍ତି,
ତୃଷିତ ଅନ୍ତରେ ତାରା
ନ ପାଏଟି ଶାନ୍ତି ।
***
