ନିତୁ ମାଆ କଥା
ନିତୁ ମାଆ କଥା
ବହୁତ ଦିନ ତଳ ର କଥା ଟିଏ ଏହି
ନୀତୁ ମାଆ ନାମେ ଥାଏ ଦରିଦ୍ର ଲୋକଟି ।
ବର୍ଷା କାଳେ ଦିନେ ଦୂର ବଜାର କୁ ଆସି
ଫେରିବା ବେଳକୁ ଝଡି ପ୍ରବଳ ବରଷି ।
ସକାଳ ରୁ ସଞ୍ଜ ଯାଏ ଗାଡ଼ିକୁ ଅପେକ୍ଷା
କରି ରହିଥାଏ ଚାହିଁ ତହିଁ ନିତୁ ମାଆ ।
ପୁଅ ଝିଅ ନାତି ସର୍ବେ ଜ୍ଵର ରେ ପୀଡ଼ିତ
ହୋଇ ପ୍ରାଣ ବିକଳରେ ଭୀଷଣ ଶଙ୍କିତ ।
କେଁଠାରେ କେହି କାହିଁ ଆଉ ନାହାଁନ୍ତି ତ
କିପରି ଫେରିବି ଗୃହ ଚିତ୍ତ ଆକୁଳିତ ।
ପଶ୍ଚିମ ଆକାଶେ ଆସି ହେଲେଣି ସୁରୁଜ
କେଉଁଠି ଆଶ୍ରୟ ନେଇ ଧରିବି ଧଇଯ ।
କିପରି ବା ଶୀଘ୍ର ଘରେ ପାରିବି ପହଞ୍ଚି
ଶିଶୁ ମାନେ ମୋର କେଉଁ ପରି ଅବା ବଞ୍ଚି ।
ରହିବେ ଏସନ ଭାଳି ହୁଅଇ ଆକୁଳ
କ୍ରମେ ଧୀରେ ଧୀରେ ଘୋଟି ଆସେ ଅନ୍ଧକାର ।
କାହାକୁ ଗୁହାରୀ ଅବା କରିବି ଏ ଲାଗେ
ଚଉଦିଗ ଯାକ ତାକୁ ଅନ୍ଧକାର ଲାଗେ ।
ଲୋକ ଙ୍କୁ ପଚାରି ସେହୁ ବୁଝିବା ବେଳକୁ
ଜାଣିଲା ଯେ ଗାଡ଼ି ନାହିଁ ନିଜ ର ଗାଆଁକୁ ।
କି ବୁଦ୍ଧି କରିବି ଅବା ଏସନ ସମୟେ
ଭାଳି ମନେ ମନେ କିଛି ଉପାୟ ନ ପାଏ ।
ରିକ୍ସା ଷ୍ଟାଣ୍ଡ ପାଖେ ଥିବା ଏକ ରିକିସାକୁ
ପହଞ୍ଚାଇବା ପାଇଁ କି କହିଲା ତାହାକୁ ।
ସେ ବୋଇଲା ସଞ୍ଜ ବେଳ ଅନ୍ଧରେ କିପରି
ଦୂର ପଥ ଯାଇ ମୁହିଁ ପାରିବି କି ଫେରି ।
ଘନ ଘନ ତୀବ୍ର ତର ପଡେ କୁଝ୍ ଟିକା
ତୋତେ ନେଇ ଗଲେ କିସ ହେବ ମୋ ଅବସ୍ଥା ।
ସେ ବୋଇଲା ମୁଁହି ଅତି ଦରିଦ୍ର ଅଟଇ
ମୂଲ ମଜୁରୀ ରେ ପରିବାର ଚଳାଉଛି ।
ଜାଣି ନ ଥିଲି ମୁଁ ଦୁଃଖ, ଭରା ଏ ଦୁନିଆଁ
ଦିନ ମଜୁରୀଆ , ଘରେ ଛନ୍ତି ପିଲା ଛୁଆ ।
ପୋଥୀ ଆଣିବାକୁ ଆଜି ସକାଳ କାଳରୁ
ଆସି ପହଂଚିଲି ଇଥେ ଯେ କେତେ ବେଳରୁ ।
ଜ୍ଵର ରେ ପୀଡ଼ିତ ହୋଇ ପ୍ରାଣ ବିକଳରେ
ପିଲା ମାନେ କିପରି ଭାବରେ ଥିବେ ଘରେ ।
ଭାଳି ମନେ ମନେ ପ୍ରାଣ ହୁଅଇ ଅଥୟ
ଛତା ଦେଖାଇ ବସୁଛି ପାରି କରି ଦିଅ ।
ଶୁଣି ସାରି ତାର ଦୁଃଖ କରୁଣ କାହାଣୀ
ରିକ୍ସା ବାଲା ଟିର ପ୍ରାଣ ଗଲା ଯେ ତରଳି ।
ଯେତେ ଦୁଃଖ ଆସୁ ହେଲେ ସୁଦ୍ଧା ପହଞ୍ଚାଇ
ଦେଉ ଅଛି ଏବେ ତୋତେ ତୋ ଗାଆଁ ରେ ନେଇ ।
ବସିଯା ଚଲା ଏ ବେଗେ ସନ୍ଧ୍ୟା ପୁରୁବରୁ
ପହଞ୍ଚାଇ ଫେରିଆସେ ଦଇବ କୃପାରୁ ।
ତୀବ୍ର ବରଷାର ଧାରା ଖାତିର ନକରି
ବାହାରିଲା ବେଳକୁ ଅନ୍ଧକାର ବଢ଼ି ।
ଉଠାଇଲା ପୁଣି ବର୍ଷା ଅଧିକ ଜୋରରେ
ବିଜୁଲି ଆଲୋକ ଉଠୁ ଥାଏ ଦ୍ରୁତ ତରେ ।
ରାସ୍ତା ଘାଟ ପାର ହୋଇ ବିଜୁଳି ଆଲୋଏ
ଘଣ୍ଟାକ ଭିତରେ ଯାଇ ପହଞ୍ଚିଲେ ଘରେ ।
ସନ୍ଧ୍ୟା ବେଳକୁ ସେମାନେ ପହଞ୍ଚିଲେ ଯାଇ
ସହସା ସୁଟିବ୍ର ବର୍ଷା ଗଲା ହ୍ରାସ ପାଇ ।