ନିଷିଦ୍ଧ ଇଲାକା
ନିଷିଦ୍ଧ ଇଲାକା
ବୟସର ବୈଶାଖୀ ତାତିରେ
ଜୀବନ ବୃକ୍ଷଟା ଥୁଣ୍ଟା ହେଲା,
ବାର୍ଧକ୍ୟ ର ଅସହାୟତା ରେ
ନିଃସହାୟ ଶରୀର ଟା ପରା।
ରଙ୍ଗଛଡ଼ା ଜୀବନ ବାପୁଡା
ମନଟାକୁ ଜାକିଜୁକି ଦିଏ,
ସପନଟା ଦେଖିବା ଆଗରୁ
କେବେ ପୁଣି ରାତି ପାହିଯାଏ।
ନିରବରେ ନିରବି ଯିବାକୁ
ହୃଦୟଟା ଇଶାରା ଦିଅଇ,
ହଜିଯାଇ ହଜାଇଛି କାହିଁ
ପ୍ରାଣମଧ୍ୟେ ପ୍ରାଚୁର୍ଯ୍ୟ ତ ନାହିଁ।
ଲକ୍ଷହୀନ ଜୀବନ ପାଇଁକି
ସିଦ୍ଧାନ୍ତ ବାକି ଅଛି ମୋହର,
ସାଧନା ମୋ ଅର୍ଥହୀନ ଲାଗେ
ପ୍ରେରଣା ତ ନ ଥାଏ ମନର।
ବସନ୍ତ ଟା ଲୁଚିଛପି ଆସି
ଦ୍ବାର ପାଶେ କରାଘାତ କରେ,
ତା ପାଇଁ ଏ ନିଷିଦ୍ଧ ଇଲାକା
କିପରି ସେ ଭୁଲିଯାଇ ପାରେ ।
ଭୁଲିନାହିଁ ମନରୁ ମୋହର
ବସନ୍ତର ସେହି ମଧୁରତା
ଗୁରୁତ୍ବ ହରାଇଲା ସେ କେହ୍ନେ
ମୋ ହୃଦର ଏଡେବଡ ବ୍ୟଥା।