ନିଶ୍ବ ମୋ ପସରା
ନିଶ୍ବ ମୋ ପସରା
ମୁଁ ଅବା କଣ ଦେବି
କେଉଁ କାଳରୁ ଲୁଚେଇଥିବା
ମୋ ଶୁଖିଲା ପାଣ୍ଡୁର ଓଠରେ
ଦରଫୁଟା ଚେନାଏ ସ୍ମିତହାସ୍ୟ
ନା ସ୍ପର୍ଶରେ ସିହରଣ ଯୁକ୍ତ କାତରତା
କିମ୍ବା ଦୀର୍ଘଶ୍ବାସ ର ଉଷ୍ମତା ।
ଅଲରା କହରା କେଶର ଫାଙ୍କରୁ
ଚ଼କ୍ ଚ଼କ୍ ଝଟକୁଥିବା ନିରଳସ
ଆଖି ଯୋଡ଼ିକରେ ସ୍ନେହବୋଳା
କ୍ଷଣିକ ମାତ୍ର ନିଦକ ତୃପ୍ତିର ସଙ୍କେତ
ନା ଆବେଗ ଭରା ସମ୍ମୋହନ ଯୁକ୍ତ
କଟାକ୍ଷ ନଜରର ସନ୍ଧି ।
ପରିଶେଷରେ ମଉଳା ବଦନରୁ
ସର୍ବାଙ୍ଗ ଶରୀରରେ
ବିଜୁଳି ବେଗରେ ଖେଳି ଯାଇଥିବା
ସହମତିର ସ୍ବୀକାରୋକ୍ତି
ନା ଶରୀରରେ ତରଙ୍ଗାୟୀତ ହେଉଥିବା
ଲୁକକାୟୀତ ଭାବର ଆବେଗକୁ ।
ନିଶ୍ବ ମୋ ପସରା ଆଜି
ଏଇ ଦିଗନ୍ତ ପ୍ରସାରୀ ଆକାଶ ତଳେ
ନା କିଛି ପାଇବାର ସମ୍ଭାବନା
ନା ପ୍ରଗତିର ଅନୁଶୋଚନା
ନିର୍ନିମେଷ ନୟନରେ ଖୋଜେ
ଦିବା ନିରୋଳାରେ କଳ୍ପନା ଯୁକ୍ତ
ସେଇ ଅଫେରନ୍ତା ଅତୀତର
ଗଣ୍ଡାଏ ଅପାସୋରା ମୁହୂର୍ତ୍ତକୁ ।

