STORYMIRROR

Mr.GAGAN BIHARI NAYAK

Tragedy Fantasy

3  

Mr.GAGAN BIHARI NAYAK

Tragedy Fantasy

ନିରୁଦ୍ଧିଷ୍ଟା

ନିରୁଦ୍ଧିଷ୍ଟା

1 min
235


ଅଭିଶପ୍ତା ଶ୍ରାବଣୀଟା ମହ୍ଲାର ତପ୍ତ ନିଶ୍ବାସରେ ।

ଅବିରତ ପ୍ରାୟଶ୍ଚିତ କରୁଛି, ଅବିଶ୍ରାନ୍ତ ଲୁହଢାଳି

ମା' ମାଟି ପାଦତଳେ ।।


ସହି ହେଲାନାହିଁ ଦେଖି ତାର ଦୁଃଖ ।

ସବୁ ଲୁହ ପୋଛି ଦେଇ କହିଥିଲି ତା'ରେ

କହିଥିଲି ଚୂପି ଚୂପି କାନେ

ଆଙ୍କିଦେବି ଗୋଲାପି ଓଠରେ ଚେନାଏ ହସ ।।


ଆଗାମୀ ମିଳନ ଫଗୁଣ ତିଥୀରେ ।

ମନ ତା'ର ଚପଳ ଛୁଆଁରେ ।

ଉଡୁଥିଲା ପୂବେଇ ବାଆରେ ।

ବଉଳ ପାଟ ଶଙ୍ଖା ସିନ୍ଦୁର

କିଣିଥିଲି ତାରି ନାଁ'ରେ ।।


ଶୁଣିଲି ହଠାତ୍ ସେ ଛାଡି ଚାଲିଗଲା ।

ସେଇ ଦିନୁ କେତେ ମୁଁ ଖୋଜୁଛି ।

ନଈ ପଠା ଆମ୍ବତୋଟା

ତମାଳ ବନ ଉପବନ

ଅନୁସରି ତା' ସ୍ମୃତି ଭରା ପାଦ ଚିହ୍ନ ।।


ଶ୍ରାବଣୀକୁ ପାଇନି ଏବେ ବି ଅଫେରା ସେ-

ଖୋଜୁଛି ମୁଁ ଭଙ୍ଗା ହୃଦୟରେ

ବିରହ ମନରେ, ଅସରା ଆଶାରେ

ତା ଆଖିର ମୁକ୍ତା ଝରା ଲୁହ ସବୁ ସାଉଁଟି

ବଞ୍ଚିଛି ଆଗାମୀକୁ ଚାହିଁ

ଆଉକି ଫେରିବ ସେ

ଏ'ସନ ଚାଲି ଯାଏ

ହସି ଦେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy