ନିରୁଦ୍ଧିଷ୍ଟା
ନିରୁଦ୍ଧିଷ୍ଟା
ଅଭିଶପ୍ତା ଶ୍ରାବଣୀଟା ମହ୍ଲାର ତପ୍ତ ନିଶ୍ବାସରେ ।
ଅବିରତ ପ୍ରାୟଶ୍ଚିତ କରୁଛି, ଅବିଶ୍ରାନ୍ତ ଲୁହଢାଳି
ମା' ମାଟି ପାଦତଳେ ।।
ସହି ହେଲାନାହିଁ ଦେଖି ତାର ଦୁଃଖ ।
ସବୁ ଲୁହ ପୋଛି ଦେଇ କହିଥିଲି ତା'ରେ
କହିଥିଲି ଚୂପି ଚୂପି କାନେ
ଆଙ୍କିଦେବି ଗୋଲାପି ଓଠରେ ଚେନାଏ ହସ ।।
ଆଗାମୀ ମିଳନ ଫଗୁଣ ତିଥୀରେ ।
ମନ ତା'ର ଚପଳ ଛୁଆଁରେ ।
ଉଡୁଥିଲା ପୂବେଇ ବାଆରେ ।
ବଉଳ ପାଟ ଶଙ୍ଖା ସିନ୍ଦୁର
କିଣିଥିଲି ତାରି ନାଁ'ରେ ।।
ଶୁଣିଲି ହଠାତ୍ ସେ ଛାଡି ଚାଲିଗଲା ।
ସେଇ ଦିନୁ କେତେ ମୁଁ ଖୋଜୁଛି ।
ନଈ ପଠା ଆମ୍ବତୋଟା
ତମାଳ ବନ ଉପବନ
ଅନୁସରି ତା' ସ୍ମୃତି ଭରା ପାଦ ଚିହ୍ନ ।।
ଶ୍ରାବଣୀକୁ ପାଇନି ଏବେ ବି ଅଫେରା ସେ-
ଖୋଜୁଛି ମୁଁ ଭଙ୍ଗା ହୃଦୟରେ
ବିରହ ମନରେ, ଅସରା ଆଶାରେ
ତା ଆଖିର ମୁକ୍ତା ଝରା ଲୁହ ସବୁ ସାଉଁଟି
ବଞ୍ଚିଛି ଆଗାମୀକୁ ଚାହିଁ
ଆଉକି ଫେରିବ ସେ
ଏ'ସନ ଚାଲି ଯାଏ
ହସି ଦେଇ ।।