STORYMIRROR

Sarojini Mishra

Abstract

4  

Sarojini Mishra

Abstract

ନିର୍ଦ୍ଦୟ

ନିର୍ଦ୍ଦୟ

2 mins
15

 ନିର୍ଦ୍ଦୟତା ଧୂଆଁ ତନ ମନ ରୁନ୍ଧି
ବିଷାକ୍ତ କରି ଦେଲେଣି
ଇଶ୍ଵରଙ୍କ ଦାନ ଦୟା ଧର୍ମ କ୍ଷମା
ସତେ ବନ୍ଧୀ ହୋଇଲେଣି |

ନିର୍ଦ୍ଦୟ ମଣିଷ ରୁଚ଼ିହୀନ ବେଶ
ଶୁଭେ ଖାଲି ହାହାକାର
ସଂପର୍କ ତ ଏଠି ବଳି ପଡ଼ୁଅଛି
ନିଷ୍ପାପ କ୍ରନ୍ଦନ ସ୍ୱର ।

ଜୀବ ହତ୍ୟା ଏଠି ଖାଦ୍ୟ ଖାଦକର
ସଂପର୍କ ନିର୍ଦ୍ଧାର କରେ
ନିର୍ଦ୍ଦୟ ମଣିଷ ନିଜ ସ୍ଵତନ୍ତ୍ରତା
ନିଜେ ନିଜେ ଯେ ହରାଏ ।

ଜୀବନ ସୁନ୍ଦର ପ୍ରଭୁଦତ୍ତ ଗୁଣ
ଧୂଳି ପଡି ହାରେ ସତ୍ତା
ନିର୍ଦ୍ଦୟତା ଏଠି ଜାଗା ମାଡ଼ି ବସି
କରଇ କେତେ ହିନସ୍ତା |

ପ୍ରେମେ ପ୍ରତାରଣା ନିର୍ଦ୍ଦୟ ଧାରଣା
ଦୁର୍ବଳେ ସବଳ ମାଡ଼
ରାସ୍ତା ଧାରେ କେତେ ନରକ ଯନ୍ତ୍ରଣା
ମନେ ଶଙ୍କା ହୁଏ ବଡ଼ ।

ନିର୍ଦ୍ଦୟତା ଦେଖ ବୃଦ୍ଧା ଶ୍ରମ
ଦ୍ୱାରେ ନମୁନା ଥୋଇ ବସିଛି
କଣ୍ଟା ବୁଦା କୋଳେ ନିଷ୍ପାପ ଶିଶୁଟି
ରାହା ଟିକେ ଖୋଜୁଅଛି ।

ନିର୍ଦ୍ଦୟତା ସ୍ରୋତେ ସମ୍ପର୍କ ଭାସୁଛି
ମୂଲ୍ୟବୋଧ ଦିଗହରା
ସଂପର୍କ ମିଠାସ ରକତେ ଲେଖୁଛି
ତା ଦୁଃଖ କାହାଣୀ ସାରା ।

ନାରୀ ହୃଦୟକୁ ପୁରୁଷ ବୁଝୁନି
ନାରୀ କେବେ ଯେ ଅବୁଝା
ନିର୍ଦ୍ଦୟ ମଣିଷ ନିଜ ଅହଂକାରେ
ଦେଉଚି ସଭିଙ୍କୁ ସଜା |

ନିର୍ଦ୍ଦୟତା ଆଜି ଦିବ୍ୟ ମଣିଷକୁ
ରାକ୍ଷସ ପଦ ଦେଇଛି
ସମ୍ପର୍କ ର ଅର୍ଥ ବଦଳି ଯାଇଛି
ନିର୍ଦ୍ଦୟ ସୃଷ୍ଟି ହୋଇଛି ।

ଭଙ୍ଗା ଚାଳ ଘରେ କିଏ ସତେ ଅଛି
ତେଲି ମୁଣ୍ଡେ ତେଲ ପଡ଼େ
ନିର୍ଦ୍ଦୟ ଶାସକ ଭେଳିକିରେ ପଡ଼ି
ଦୁଃଖୀ ଙ୍କର ବେକ ମୋଡ଼େ ।

ନିର୍ଦ୍ଦୟତା କାଳି ମନ ଦିଏ ଜାଳି
ଜାଳି ଦିଏ ଭବିଷ୍ୟତ
ଜୀବନ ସୁଅରେ କେତେ ଫୁଲ କଢ଼ି
ହେଉଛନ୍ତି ଅସ୍ତବ୍ୟସ୍ତ ।

ଦିବ୍ୟଗୁଣ ସବୁ କାମ ରେ ବନ୍ଧିତ
ନିର୍ଦ୍ଦୟ ମଣିଷ ହସେ
ସ୍ନେହ ପ୍ରେମ ଦୟା କ୍ଷମା ର ପ୍ରଭାବ
ସତେ ଅବା ଋଷି ବସେ |

ନିର୍ଦ୍ଦୟତା ଚିତ୍ର ନିର୍ଭୟା ଦିଅନ୍ତି
ଦିଅନ୍ତି ଶୋଷିତ ଜନ
ଅତ୍ୟାଚାର ହୁଏ ନିରୀହ ଉପରେ
ସତେ କେତେ ହୀନିମାନ ।

ଦିବ୍ୟ ଚେତନା ରେ ଦିବ୍ୟ ଭାବ ଭରା
ଜୀବନ ଅମୂଲ ମୂଲ
ମଣିଷ ସାଥି ରେ ବିବେକ ପଣିଆ
ଦେଖାଏ ତାହାର ତୁଲ |

ଧୂଳିପକା ଆମ ଆତ୍ମାର କାନ୍ଥକୁ
ଚ଼ାଲ ସଫା କରିଦେବା
ଅନ୍ତଃ ଚେତନାରେ ଦିବ୍ୟଗୁଣ ଭରି
ମାନବିକ ପଣ ଦେବା ।

ମାନବିକ ପଣେ ହୃଦୟ ଭରିଲେ
ଦିବ୍ୟ ସ୍ରୋତ ବହିଯିବ
ଏ ଜଗତ ହେବ ଚ଼ିର ଶାନ୍ତି କ୍ଷେତ୍ର
ମାଟିରେ ବୈକୁଣ୍ଠ ହେବ |

 


Rate this content
Log in

Similar oriya poem from Abstract