ନିର୍ଦ୍ଦୟ ପ୍ରେମିକା
ନିର୍ଦ୍ଦୟ ପ୍ରେମିକା
ସବୁ ଲାଗୁଥିଲା ଫଗୁଣ ଫଗୁଣ
ତୁମକୁ ଦେଖିଲା ପରେ
କେତେ ଇନ୍ଦ୍ରଧନୁ ଉଇଁଗଲେ ସଖୀ
ମୋ ମନର ଆକାଶରେ ।
ହୃଦୟରୁ ମୋର ପ୍ରୀତିର ସନ୍ଦେଶ
ପହଞ୍ଚିଲା ତୁମ ପାଶେ
ତୁମ ହୃଦୟର ବିଜନ ବେଳାରେ
ପ୍ରୀତିପୁଷ୍ପ ଫୁଟି ହସେ ।
ତୁମରି ପ୍ରେମର ସ୍ୱଚ୍ଛ ସ୍ରୋତସ୍ୱିନୀ
ବହୁଥିଲା ଧିରେ ଧିରେ
ପ୍ରେମର ମହକ ବିଛୁରିତ ହେଲା
ହୃଦୟର ଅଗଣାରେ ।
ତୁମରି ପ୍ରେମର ଗଭୀରତା ସଖୀ
ମାପି ମୁଁ ପାରିଲି ନାହିଁ
ତମରି ଆଖିରେ ଆଖି ମୁଁ ମିଶାଇ
ତୁମ ପଛେ ଗଲି ଧାଇଁ ।
ଛୁଇଁଦେଲି ତୁମ ମନକୁ ଯେବେଳେ
ତୁମେ ଘୁଞ୍ଚିଗଲ ଦୂରେ
ପାହାଡ ପ୍ରମାଣେ ଦୁଃଖ ସବୁ ଆଣି
ଲଦିଦେଲ ମୋ ମଥାରେ ।
ମୁଁ ଏକ ପାଗଳ ପ୍ରେମୀ ବୋଲି ତୁମେ
ଜାଣି ପାରିଲନି କିଆଁ
ହୃଦୟକୁ ମୋର ଜାଳି ଦେବା ପାଇଁ
ଛାତିରେ ଜାଳିଲ ନିଆଁ ।