STORYMIRROR

Bibhu Samanta

Romance

3  

Bibhu Samanta

Romance

କୁମୁଦିନୀର ଅଭିସାର

କୁମୁଦିନୀର ଅଭିସାର

1 min
298

ପାଖୁଡାଏ ଶୁଭ୍ରତା

ମୁଠାଏ ବାସ୍ନା

ବିନ୍ଦୁଏ ମହୁ

ଏତିକି ପାଇବାକୁ ଭଅଁରଟେ

ଉଡି ଆସେ ତା ପାଖକୁ ।।


କେତେ କଣ ଗପେ

ସଜ୍ଜମଲ୍ଲୀର ଶର୍ମିଲି ହସଠୁ

କୃଷ୍ଣଚୂଡ଼ାର ମଖମଲି ଜୁଡ଼ା ଯାଏ

ରକ୍ତଜବାର ଲାଲ ଓଠରୁ

ଗୋଲାପର ଗୋଲାପୀ ଚିଠି ଯାଏ

ସେ କହେ ....

ସେ କୁଆଡେ ଦେଖିନି...

ତା ପରି ବାସ୍ନା ଭିଜା ସରଳତା

କେତେ ଫୁସୁଲାଏ ସେ

ଉଆପଖିଆ ଚାନ୍ଦର

କି ଭରସା କହନା

ସେ ନୀତି ବଦଳୁ ଥାଏ

ତା ସାଙ୍ଗେ କଣ ମନ ବାନ୍ଧି ହୁଏ??

ହେଲେ କଇଁ ... ସେମିତି 

ବେଫିକର ବିନ୍ଦାସ...

ସଜଳ ସୁଢଳ ଆଖିରେ

ପ୍ରଶ୍ନ କରେ ନୀଳ ଆକାଶକୁ...

ସତରେ କ'ଣ ଏମିତି ହୁଏ?


ଜହ୍ନର ବା ଦୋଷ କଣ

କାହା ପ୍ରେମେ ସେ ବଢୁଥାଏ

କାହା ଅଭିମାନେ ଛିଡୁଥାଏ

ପ୍ରତୀକ୍ଷା ଯେବେ ପ୍ରୀତିଭିକ୍ଷା ହୁଏ

ଭଅଁରକୁ ବୁଝେଇବ କିଏ

ବିଚରା... କିଛି ସ୍ବପ୍ନ ସେ ବି ଦେଖିଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance