ମଳୟ ବହୁଛି ଧୀରେ ଧୀରେ
ମଳୟ ବହୁଛି ଧୀରେ ଧୀରେ
ପ୍ରତି ବର୍ଷ ପରି ଆସେ ବସନ୍ତ ମଳୟ
ଚଉଦିଗେ ପ୍ରକୃତିର ରୂପ କମନୀୟ ।
ଉପହାର ପୁୁଷ୍ପ ଗୁଚ୍ଛ କୃଷ୍ଣଚୂଡା ହାତେ
ପ୍ରୀତି କୁମ୍ଭପରେ କିବା ସଜିଡିବ ସତେ ।
ବିବିଧ ରଙ୍ଗରେ ତାର ଯଉବନ ଶୋଭା
ପଥିକେ ଜୀବନ ନେତ୍ରେ ପ୍ରକାଶିତ ପ୍ରଭା ।
କୁହୁ ପିକ ଆମ୍ର ଶାଖା ଗହଳ ଡାଳରେ
ତୁହାକୁ ତୁହା ବରଷେ ସ୍ୱର ଆନନ୍ଦରେ ।
ମଲ୍ଲୀ ଚଂପା ପ୍ରସ୍ଫୁଟିତ ବାଗ ଉପବନେ
ସୁଗନ୍ଧ ସୌରଭ ଢାଳେ ଉଲ୍ଲସିତ ମନେ ।
ନବ ଉଦ୍ଦୀପନା ଘେନି ବସନ୍ତ ଉତ୍ସବ
ଭାଇଚାରା ଉଜ୍ଜୀବିତ ଲିଭେ ବୈରୀ ଭାବ ।
ଫଗୁଣରେ ଫଗୁ ବୋଳି ଆସେ ଦୋଳ ଯାତ
ରାଧାକୃଷ୍ଣ ଭକ୍ତି ରସେ ନୃତ୍ୟ ରତ ଭକ୍ତ ।
କବମ୍ବ ମୂୂୂୂଳରେ ବସି ବିରହୀ ପ୍ରେମିକା
ଆଶାନ୍ନିତ ପ୍ରାଣ ଧରି ଅକୁୁୁଳେ ପ୍ରତୀକ୍ଷା ।
ପ୍ରଭୁ ଯୁଗଳ ଦର୍ଶନେ ମନରେ ଉତ୍ସାହ
ବେନି ପ୍ରେମୀ ଯୁଗଳଙ୍କ ବସନ୍ତର ମୋହ ।
ସରୋଜିନୀ ସର ଗର୍ଭେ ବାଢିିିଛି ପସରା
ମଳୟ ପବନେ ଲଭି ଉନ୍ମମାଦିନୀ ପରା ।
ସମଗ୍ର ଜୀବ ଜଗତେ ଭାସେ ଋତୁରାଜ
ଭୂଲାଏ ମନରୁ ଖେଦ ଧରାଏ ଐଶ୍ୱର୍ଯ୍ୟ ।