STORYMIRROR

Umashankar Satpathy

Romance

3  

Umashankar Satpathy

Romance

ଅବୁଝା ସେ

ଅବୁଝା ସେ

1 min
304


ସମସ୍ତେ ପ୍ରାୟ 

ଶୋଇବାକୁ ଗଲେଣି

ବେଡ଼ସିଟ୍ ଝାଡି 

ଗୁଡନାଇଟ୍ ଜାଳି 

ୱାଟସ୍ଆପର ଶେଷ ମେସେଜ ପଢି ସାରିଲେଣି

କାହିଁକି ଆଉ 

ଏ ଅନ୍ଧାର ଯାଚୁଛ !

ମୋ ମନ ବହିରେ ଲେଖାସବୁ ଅଦୃଶ୍ୟ ଶବ୍ଦମାନଙ୍କୁ 

କେବେ ଥରେ ବୁଝ

ଥରେ ତ ପରିପକ୍ୱତାର 

ପ୍ରମାଣ ଦିଅ !

ଏତେ ଅଭିମାନୀ ଅଜ୍ଞତାର ପ୍ରମାଣ କି ଲୋଡା !!

କୋଣାର୍କ କି ଅଜନ୍ତା କଣ କେବେ ଦେଇନି ଆହ୍ବାନ !

ତମେ ବି ପରିପକ୍ଵ 

ପ୍ରଣୟର ସନ୍ଦର୍ଭ 

ସେବେଥିଲା ତୁମ ମାନପତ୍ର 

ଯଦି ଥିଲା ଟାଙ୍ଗିବାର କାନ୍ଥରେ

ସେଥିପାଇଁ ଅକାରଣେ

ଫେଡିଲ ବସନ୍ତ

ପ୍ରତିଦାନେ

ମୋ ରାସ୍ତା ଜୀବନର 

ଆଜି ଏତେ ଅଙ୍କାବଙ୍କା କଲ !!


Rate this content
Log in

Similar oriya poem from Romance