STORYMIRROR

Amulya Kumar Nayak

Romance

3  

Amulya Kumar Nayak

Romance

ପ୍ରେମର ଶୁଭବିବାହ

ପ୍ରେମର ଶୁଭବିବାହ

1 min
202


ପ୍ରେମ ମାନେନାହିଁ ବାଧା କି ବନ୍ଧନ

    ମାନେନା ଜାତି ଅଜାତି

ପ୍ରେମ ମାନେନାହିଁ ଧନୀ କି ଗରିବ

    ହୀରା ଲୀଳା ଅବା ମୋତି ।।

ପ୍ରେମ ମାନେନାହିଁ ଡେଙ୍ଗା କି ବାଙ୍ଗରା

   କଳା ଅବା ଗୋରା ମନ

ପ୍ରେମ ଖୋଜୁଥାଏ ସୁନ୍ଦର ହୃଦୟ

  ତା ପାଇଁ ସେ ଭଗବାନ ।।

ପ୍ରେମ ବୁଝିଥାଏ ମନ ପରିଭାଷା

   ପୁଣି କିଛି ରାଗ ରୁଷା

ପ୍ରେମ ପାଇଁ ପୁଣି ଶିବ ପାର୍ବତୀ

   ଶୀତଳ ଷଷ୍ଠୀର ଓଷା ।।

ସ୍ବଛ ଯଦି ପ୍ରେମ ସ୍ବଛ ଯଦି ମନ

    ଶୁଭେ ପୁଣି ଶାହାନାଇ

ଶୁଭ ବିବାହର ଲଗନ ମଗନ

    ଆସିଥାଏ ତାହା ପାଇଁ ।।

ଶଙ୍ଖା ସିନ୍ଦୂରରେ ପୂର୍ଣ୍ଣତା ହୁଏ

    ନାରୀ ଅଭିଆଡି ଦୋଷ

ଜୀବନ ସାଥିଟେ ବରଣ କରି ସେ

    ଲଭେ ସୁହାଗୀନି ବେଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance