STORYMIRROR

Ansuman Swain

Romance

3  

Ansuman Swain

Romance

କେମିତି ହଜିଲା ମୋ ପ୍ରେମ ଠିକଣା

କେମିତି ହଜିଲା ମୋ ପ୍ରେମ ଠିକଣା

1 min
217


କେମିତି ହଜିଲା ମୋ ପ୍ରେମ ଠିକଣା

      କେମିତି ଗଲା ଦୁରେଇ

ମୋତେ ଖୋଜି ଦିଅ ମୋ ପ୍ରେମ ଠିକଣା

    ମନ ମୋର ବୁଝୁନାହିଁ ।

ଅତୀତର ଛବି ନାଚୁଛି ନୟନେ

   ଅସ୍ଥିର ହେଉଛି ମୁହିଁ

ପ୍ରତି ମୁହୂର୍ତ୍ତରେ ଖୋଜି ମୁଁ ବୁଲୁଛି

    ପ୍ରେମକୁ ପାରୁନି ଛୁଇଁ ।

କେଉଁ ଦେଶେ ଯାଇ ନିରବେ ଶୋଇଛି

      କୁହ ଗଛ ,ଲତା ନଈ

ପ୍ରେମ ବିନା ମୁହିଁ ବଞ୍ଚି ପାରୁ ନାହିଁ

     ଦିଅ ତା ଠିକଣା କହି ।

ଚନ୍ଦ୍ର ,ସୂର୍ଯ୍ୟ ତମେ ଲୁଚି ଦେଖୁଥିଲ

     ରହିଥିଲ ଆମ ସାକ୍ଷୀ

ଏମିତି କେମିତି କଳା ବୋଳି ଦେଲ

   ଜାଣି ପାରୁନାହିଁ ଦେଖି ।

ପ୍ରେମ ବଗିଚାରେ ମାଳି ସଜେଇଲ

   ଦେଲ ବହୁ ଅନୁଭୂତି

ସୁନ୍ଦର ଶୋଭିତ ଲାଗିଲା ପରଠୁ

  ପ୍ରେମକୁ ଦେଲ ଆହୁତି ।

କେମିତି ଭୁଲିବ ତା ତନୁ ମନକୁ

   ଜାଣି ପାରୁନାହିଁ ମୁହିଁ

ସଦା ହସି,ହସି କାନେ ମୋ କହଇ

        ଆମ ପ୍ରେମ ଚିରସ୍ଥାୟୀ

କେମିତି ହଜିଲା ମୋ ପ୍ରେମ ଠିକଣା

            କେମିତି ଗଲା ଦୂରେଇ ........।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance