STORYMIRROR

subrat kumar jena

Tragedy

4  

subrat kumar jena

Tragedy

ନିରବ ଝଡ଼

ନିରବ ଝଡ଼

1 min
250


ସେମିତିରେ ମୋର କିଛି ଲକ୍ଷ୍ୟ ନଥିଲା,

କି କିଛି ସାଧନା,

ମୁଁ ତ ଏମିତି ଘୁରିବୁଲୁଥିଲି,

ଏଣେ ତେଣେ ବାଆଁରା ପକ୍ଷୀ ହୋଇ,

କୋଉଠି ଦଣ୍ଡେ କୋଉଠି ଘଡ଼ିଏ,

କିଛି ଖାଇବାକୁ ମିଳିଲେ ହେଲା,

ନହେଲେ ନାହିଁ,

ଥକ୍କା ଲାଗିଲେ ଶୋଇ ଯାଉଥିଲି,

ଏଣେ ତେଣେ ଯୋଉଠି କୋଉଠି,

ନାଁ ଲୋଡ଼ା ଥିଲା ମଖମଲି ରାଜପ୍ରାସାଦ,

ନାଁ ଲୋଡ଼ା ଥିଲା ନରମ ତୁଳାର ଶଯ୍ୟା ।

କିନ୍ତୁ ତୁ ଯେ ଏମିତି ଅଚାନକ ଆସି ଚାଲିଗଲୁ,

ଏତେ ବଡ଼ ଝଡ଼କୁ ସାଙ୍ଗରେ ନେଇ,

ତାକୁ କଳନା କରିବା କାଠିକର ପାଠ ଥିଲା ମୋ ଲାଗି,

ତୁ ବି କି ପ୍ରକାର ଝଡ଼,

ନାଁ ଥିଲା ତୋର ଉଗ୍ର ରୂପ,

ନାଁ ବିଭୀଷିକାର ଆକାର ପ୍ରକାର,

ତଥାପି କ୍ଷୟ କ୍ଷତି ଅନେକ ଅନେକ,

ଆଖି ଖୋଲିଲେ ବହୁ ଦୂର ଯାଏ ବିଭୀଷିକାର ବାସ୍ନା,

ପବନ ଜୋରରେ ବାହିଲାନି,

ବର୍ଷା ବି ଜୋରରେ ବାର୍ଷିଲାନି,

ହେଲେ ମୋ ସ୍ୱପ୍ନ ମୋ ଘର ଭାଙ୍ଗିଲା,

ସତେ ଯେମିତି ତାସର ଘର ପରି,

ମୁଁ ଖାଲି ଯାହା ବସି ଥିଲି ମୁଣ୍ଡରେ ହାତ ଦେଇ,

ନିରବ ଝଡ଼ର ନିରବ ମୁକ ସାକ୍ଷୀ ହୋଇ ।

ସାହସ କଲେବି ଅଟକାଇ ପାରିଲିନି,

ଝଡ଼ର ପ୍ରକୋପକୁ,

ବୁଦ୍ଧି କରିବି ଏଡାଇ ପାରିଲିନି,

ତୁମ ପରି ଗୋଟେ ବଡ଼ ଧୂମକେତୁକୁ ମୋ କକ୍ଷରୁ,

ଯାହାର ଫଳ...ମୁଁ ଆଜି ନିରବ ଝଡରେ ଆଘାତପ୍ରାପ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy