ନିରବ ଝଡ
ନିରବ ଝଡ
ଆଖି ବୁଜି ତାକୁ
ବିଶ୍ୱାସ କଲି ବୋଲି
ଆଜି ଏତେ ବଡ
ଝଡର ସାମ୍ନା କରି
ନିର୍ଜୀବ ସଦୃଶ
ମତେ ବଞ୍ଚିବାକୁ ପଡୁଛି ।
ତଥାପି ବଞ୍ଚିଛି
ଜୀବନକୁ ଆଘାତ ଦେଇ
ଅନେକ ଘାତ ପ୍ରତିଘାତ
ସତ୍ତ୍ବେ ନିରବ ଝଡକୁ
କୋଳେଇ ନେଉଛି ।
ଆବୋରି ନେଉଛି
ନିରବ ଝଡ କୁ
ଅନ୍ୟ ର ଅମଙ୍ଗଳ
ନ କରିବା ପାଇଁ
କେବଳ ଭଗବାନ କୁ
ଗୁହାରି କରୁଛି। ।