ନିରାଶ୍ରୟ
ନିରାଶ୍ରୟ
ମୁଣ୍ଡ ଗୁଞ୍ଜିବାକୁ
ମିଳୁନି ପ୍ରଶୟ
ଖୋଲା ଆକାଶରେ
ବୁଲେ ନିରାଶ୍ରୟ।
ନା ଅଛି ଜୀବିକା
ନା ଅଛି ସମ୍ମାନ
ଦରିଦ୍ର ଭିକାରୀ
ଦୁର୍ଦ୍ଦଶ ଜୀବନ।
ନାହିଁ ଧନ ବୋଲି
ମିଳିଲାନି ଛାତ
ପେଟ ପୋଷିବାକୁ
ପତାଉଛି ହାତ।
ଖରାରେ ସିଜୁଛି
ବର୍ଷାରେ ଭିଜୁଛି
ଜୀବନ ମତେ ଏ
କି ଦଣ୍ଡ ଦେଉଛି।
ଯାଯାବର ପରି
ବୁଲି ବୁଲି ମୁହିଁ
ପାଦରେ ଫୋଟକା
ମୁଣ୍ଡ ଯାଏ ନହିଁ।
ଆଜି ଏଇଠି ମୁଁ
କାଲି କେଉଁ ଠାରେ
ଶୋଇପଡେ ମୁହିଁ
ଏଠାରେ ସେଠାରେ।
ଭୋକରେ ଶୋଉଛି
ମିଳିଲେ ଖାଉଛି
ନିରାଶ୍ରୟ ମୁହିଁ
କଷ୍ଟରେ ବଞ୍ଚୁଛି।
ଦେଏରେ କାଳିଆ
ଦେଏ ଦରଶନ
ପଚାରିବି ତତେ
ମନେ ଥିବା ପ୍ରଶ୍ନ।
