STORYMIRROR

Debadatta Jena

Abstract Romance Tragedy

4  

Debadatta Jena

Abstract Romance Tragedy

ନିରାଶା

ନିରାଶା

1 min
217

କିଛି ହଜି ଯାଉଥିବା ଆଶା ଓ ଭରସା,

ଆମ ସମ୍ପର୍କର ପରିଭାଷା ତ ଥିଲା,

କିଛି ଲୁଚି ଯାଉଥିବା ଆସ୍ଥା ଓ ବିଶ୍ୱାସ,

ସେ ସମ୍ପର୍କର ପରିମାପକ ତ ଥିଲା,

ଏବେ ସବୁ ନିଃଶବ୍ଦ,ନିଃସ୍ତବ୍ଧ,

ସେ ନୀରବି ଯାଉଥିବା ଶବ୍ଦ ମାନଙ୍କୁ,

ଏକଜୁଟ କରି ଏତିକି କହୁଛି,

ଏମିତି କିଛି ଶବ୍ଦ ସମୂହ ଯେ ତୁ,

ନିଃଶବ୍ଦେ ସେ ଶବ୍ଦ ଭେଦି ହେବ,

ନାଁ,ସଶବ୍ଦେ ସେ କଥା କହି ହେବ,

ପଢି ମୁଁ ପାରିଲେ ସେ ଶବ୍ଦ ଭେଦକୁ,

ନାଁ, ଜୀବନ ଅର୍ବୁଦେ ପରା ଜିଁ ହେବ,

ସେ ଶବ୍ଦ ଭେଦକୁ ପାରିହେଲେ ଥରେ,

ନାଁ ମନ ଖୋଲି କାହିଁ ହସି ହେବ,

ନାଁ ମନ ଭରି କାହିଁ କାନ୍ଦି ହେବ,

ଭଙ୍ଗା ଗଢ଼ା ଏଇ ଦ୍ଵନ୍ଦ ଭିତରେ,

ଏଇ ନିର୍ଦ୍ବନ୍ଦ୍ଵ ଜୀବନ ବଞ୍ଚି ହେବ..?

ଆଶା ନିରାଶାର ମରୁ ବାଲି ପରେ,

ମରୁ ମରୀଚିକା ପଛେ ଧାଇଁ ହେବ,

ନାଁ ଆଶା ବୈତରଣୀ କୂଳର ସମୀପେ,

ବାଲିଘର କେବେ ତୋଳି ହେବ..?

ବୈତରଣୀ, ତୁ ନଦୀ ମୁଁ ତୁଠ ପଥର,

ବାଲୁକା ଶଯ୍ୟା ତୋ ଭାଙ୍ଗେ ନୀରବତା,

ତୁ ନଦୀ, ହେଲେ ମୁଁ ସେ ପାଣିର ଧାର,

ଅଙ୍କା ବଙ୍କା ତୋର ଗତିପଥ ସିନା,

ତୋର କୂଳ ମୋ ନୀଡ଼ ଅତି ନିଜର,

ହେଲେ ତୁ ଧାଉଁଛୁ,ତୋ ସାଗର ବକ୍ଷକୁ

ମୁଁ ଭଉଁରୀ ମୋ ଗନ୍ତବ୍ୟ ଚଲା ପଥର,

ଆଶା ଓ ନିରାଶା ତ ଭଙ୍ଗା ହୃଦୟର..!


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract