STORYMIRROR

Kananbala Das

Tragedy

3  

Kananbala Das

Tragedy

ନିରାଶା (ଏକାକୀ ଜୀବନେ)

ନିରାଶା (ଏକାକୀ ଜୀବନେ)

1 min
119

ଏକାକୀ ଜୀବନେ ଅଜଣା ପଥରେ

 ବାଟୋଇ ମୁଁ ଏକା ଏକା 

ଆଶାୟୀ ନୟନେ ସ୍ୱପ୍ନ ବୁଣି ଦେଲ

 ସପନ ଭାଙ୍ଗିଲେ ଫିକା 


ସପନ ଭାଙ୍ଗିଛି ମନ ବି ହାରିଛି

  ଶୂନ୍ୟତା ସାଉଁଣ୍ଟେ ଖାଲି 

ଜୀବନର ମୂଲ୍ୟ ହତାସରେ ପୂର୍ଣ୍ଣ

  ଗୋପନରେ ଚୋରାବାଲି 


ନିଜଠାରୁ ବେଶି କାହାକୁ ଚାହିଁଲେ

  ସମ୍ପର୍କ ଦୁଃଖରେ ଛନ୍ଦା 

ବିଶ୍ୱାସ କାହାକୁ କରିବା ବୋକାମି

  ସ୍ୱାର୍ଥରେ ସଭିଏ ବନ୍ଧା 


ମୂଲ୍ୟବୋଧ ବିନା ଜୀବନ ନୁହଁଇ

  କେବଳ ଭୋଗ ଲାଳସା 

ସ୍ୱାଭିମାନ ସହ ସଂସ୍କାରିତ ପ୍ରାଣ

  ବଞ୍ଚିବାର ଏକ ନିଶା 


ଆଶା ମଉଳିଲେ ନିରାଶା ଘେରରେ

  ବ୍ୟର୍ଥତା ରେ କଟେ ଦିନ 

ସରାଗ ସରିଲେ ମନ ଭାଙ୍ଗି ଗଲେ

  ହୀନିମାନ ଏ ଜୀବନ 


ଦିନରାତି ବିତେ ଜଣା ବି ପଡେନି

 ସମୟ ଗଡ଼ିବା ସାର 

ବଞ୍ଚିବା ଏଥର ମରିବା ସମାନ

  ନୀରବି ଯିବ ଏ ସ୍ୱର 


ହସକାନ୍ଦ କିଛି ମାନେ ରଖେନାହି

  ନିଃସଙ୍ଗେ ଚାଲିଛି ଏକା 

ମାନ ଅଭିମାନ ମୂଲ୍ୟହୀନ ଲାଗେ

  ଜୀବନଟା ଫିକା ଫିକା 



Rate this content
Log in

Similar oriya poem from Tragedy