STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ନିରାକାରଙ୍କ ଲୀଳା

ନିରାକାରଙ୍କ ଲୀଳା

1 min
230


ବୁଝି ହୁଏ ନାହିଁ ପ୍ରଭୁ ନିରବତା

କି ଲୀଳା କରିବେ ଭବେ,

ଆଗମନ ଏଠି ବର୍ଷା ଋତୁ ପୁଣି

ଅତି ଭୟଙ୍କର ରାବେ୍।୧।


ବର୍ଷା ର ତାଣ୍ଡବ ଦିନ ରାତି ଏଠି

ଦିନ ଦିଶୁଛି ଅନ୍ଧାର,

ଇନ୍ଦ୍ରଦେବଙ୍କର ରୁଦ୍ର ରୂପ ଏଠି 

ଘଡଘଡି ହିଁ ପ୍ରଖର।୨।


ତା ସଙ୍ଗକୁ ଏଠି କରୋନା ତାଣ୍ଡବ

ହଟି ନାହିଁ ପୁରା ଏଠୁ,

ଧୀରେ ଦେଉ ଅଛି ଯନ୍ତ୍ରଣା ଜନଙ୍କୁ

ଅଦୃଶ୍ୟ ରୋଗଟି ଏଠୁ।୩।


ମୃତ୍ୟୁ ସଞ୍ଜିବନୀ ଟିକା ଲାଗୁ ଅଛି

ରୋଗ ହୁଏ ଦୂର ଧୀରେ, 

ତୃତୀୟ ଲହରୀ ଆସିବ କି ପୁଣି

ମନକୁ ଚିନ୍ତିତ କରେ।୪।


ତତ୍ପର ଅଛନ୍ତି ଦେଶ ସରକାର

ତତ୍ପରେ ଜନତା ପୁଣି,

ନିରାକାର ପ୍ରଭୁ ନିରବେ ଅଛନ୍ତି

ବୁଝି ହୁଏ ନାହିଁ ପୁଣି।୫।


ନିରବତା ଯେବେ ଆଶୀର୍ବାଦ ହେବ

ସମ୍ଭବ ହୋଇବ ସବୁ,

ନୟନ ମେଲି ହିଁ ଦେଲେ ନିରାକାର

ଶୁଭ ଶୁଭ ହେବ ସବୁ।୬।


ତୋଫାନର ଦୃଶ୍ୟ ନ ଦିଶୁ ଦେଶରେ

ଦେଶ ନିରାପଦ ରହୁ,

ଅଦୃଶ୍ୟ ରୋଗର ତାଣ୍ଡବ ନ ହେଉ

ଦେଶଟି ନିରୋଗ ରହୁ।୭।


ପୂର୍ବ ପରି ରହୁ ଜନଙ୍କ ଉତ୍ସାହ

ରୋଗ ମୁକ୍ତ ହେଉ ଦେଶ,

ତୋଫାନର ସ୍ଥିତି ନ ହେଉ ଦେଶରେ

ଚିନ୍ତା ମୁକ୍ତ ରହୁ ଦେଶ।୮।


ଆତ୍ମନିର୍ଭରଟି କର ଜଗନ୍ନାଥ

ଆତ୍ମବିଶ୍ୱାସରେ ଭରୁ,

ଚିନ୍ତାମଗ୍ନ ମନ ଚିନ୍ତାମୁକ୍ତ କର

ଦେଶରେ ଗୌରବ ଭରୁ।୯।


ବୁଝି ହୁଏ ନାହିଁ ପ୍ରଭୁ ନିରବତା

କି ଲୀଳା କରିବେ ଭବେ,

ଆଗମନ ଏଠି ବର୍ଷା ଋତୁ ପୁଣି

ଅତି ଭୟଙ୍କର ରାବେ।୧୦।



Rate this content
Log in

Similar oriya poem from Tragedy