ନିଖୋଜ ସପନ
ନିଖୋଜ ସପନ
ହେ ସପନ
ତମେ କେଉଁ ଦିଗରୁ ଆସକି ?
ମୁଁ ତ ନିତି ଝରକା ଖୋଲି ଦେଖେ
କାଳେ ତମେ ପବନ ସାଥେ
ଲୁଚି ଲୁଚି ଭାସି ଆସିବ ।
ଅସୁମାରୀ ଆଶା ଉଙ୍କି ମାରନ୍ତି
କଟାକ୍ଷ ଜରାଜୀର୍ଣ୍ଣ ହେଇ
ଏ କଳ୍ପିତ ମନ ଭିତରେ ।
ଅନ୍ତହୀନ ହୃଦୟର ବେଦନା
ଘନ କୁହୁଡିର ଚାଦର ଭିତରେ
ସ୍ମୃତିର ପାଖୁଡା ସବୁ ପ୍ରସ୍ଫୁଟିତ ହେଇ
ଚାହିଁଥାନ୍ତି ଅପଲକ ନୟନେ ।
କାହିଁ ସପନ
କୋଉଠି ତ ଦେଖାନାହିଁ
ବୋଧେ କୋଉ ରଙ୍ଗଶାଳାରେ ନୃତ୍ୟରତ ।
ସମୟ ବଦଳି ଚାଲେ
ଆଖିର ପଲକବି ହଜିଯାଏ
ଏ ନିସ୍ତବ୍ଧ ଅନ୍ଧାର ଭିତରେ
କଳ୍ପନାର ମାୟା ବୁଣି ବୁଣି ।
ସବୁ ମିଥ୍ୟା ଛଳନା
ମୋହ ମାୟା ଭିତରେ
ଏ ସପନ ବି ନିଖୋଜ ସାଜିଛି ।
ଲାଗୁଛି ଏ ବୋଧେ
କୋଉ ସୁରମ୍ୟ ଅଟ୍ଟାଳିକା ଭିତରେ
ରଙ୍ଗିନ ଝାପ୍ସା ଝାପ୍ସା ଆଲୋକରେ
ମସଗୁଲ ହେଇ ,
କାହା ବାହୁ ବନ୍ଧନରେ ଦୋଳି ଖେଳୁ ଥିବ ।
