ଶୀତ ଅନୁଭୂତି
ଶୀତ ଅନୁଭୂତି
ତୁମେ ଯେବେ ଛୁଅଁ
ମୋ ଗାଆଁ
ଉଲଙ୍ଘ ଶିଶୁ ସମ
ଚୁପ୍ ଚାପ୍ ଶୋଇଯାଏ
ଘନ କୁହୁଡିର ଚାଦର ଭିଡି ।
ଚାରିଆଡେ ନିସ୍ତବ୍ଧ ଭିତରେ
ଟୁପ୍ ଟାପ୍ କାକରର ଶବ୍ଦ
ଆଉ ଦଲକାଏ ଶୀତଳ ପବନ
ମନକୁ ଖୁବ୍ ରଙ୍ଗାୟିତ କରେ ।
ତମ ସ୍ମୃତିର ପଦ ଚିହ୍ନ ସବୁ
ନିତି ସକାଳୁ ଦେଖେ
ଘାସର ଗାଲିଚାରେ ପଡି
କି ସୁନ୍ଦର ମୋତି ପରି ଝଟି ଉଠ ।
ତମ ଆଭାସେ ଗାଁଟା ହସି ଉଠେ
ନାନା ରଙ୍ଗର ଫୁଲ ଫଳେ
ଯାନି ଯାତରା ସଜର
ଆଲୋକର ମାଳେ ମାଳେ ।
ତମ ଶୀତଳ ଅନୁଭବେ
ମୋ ଗାଁ ପିଲା ବୁଢା ଛୁଆ
ନିଆଁ ପସରା ମେଲାଇ
ଖୁବ୍ ଖୁସି ହୁଅନ୍ତି ।
ଇଚ୍ଛା ଥାଏ ତମକୁ ପାଖେ ଭିଡି
ଏଇ ଧୁଧୁ ନିଦାଘକୁ ଡରାନ୍ତି
କିନ୍ତୁ ତମେତ ପରଦେଶୀ
ଏସନେ ଆସି ପୁଣି ବାହୁଡ
ଆର ସନକୁ ।।