ପ୍ରେମ
ପ୍ରେମ
ତମେ ଯେବେ ପାଖେ ଥାଅ
ଏଇ ପୃଥିବୀଟା ଗୋଟାପଣେ ମୋର
କିଛି ଚାହେଁ ନାହିଁ
ତୁମ ପ୍ରେମହିଁ ମୋ ଜୀବନ
ମୋ ବଞ୍ଚିବାର ରାହା ।
ତମ ଥରିଲା ଓଠର
ଚାପା ଚାପା ହସ
ହୃଦୟ କନ୍ଦରେ ସୃଷ୍ଟେ
ଏକ ନବଚେତନାର ନୀଡ ।
ତମ ପ୍ରେମର ପୟଧୀ
ମୋ ଏକଲାପଣରେ ସାଜେ
ସହନଶିଳ ସାହସ
ବିକ୍ଷିପ୍ତ ମରୁଭୂମି ପାର ଶକ୍ତି ।
ସତରେ ଏ ପ୍ରେମ କେଡେ ଶକ୍ତ
ବେଳେ ବେଳେ ସଜାଏ
ଯୋଦ୍ଧା ଆଉ ବିଦ୍ରୋହୀ
ଶହ ଶହ ମୁଣ୍ଡ କାଟିବାର ଶକ୍ତି ।

