ପ୍ରେମିକା
ପ୍ରେମିକା
ଏ !
ଆସନା,
ଆରେ ମୋ ପ୍ରେମିକା ସାଜି
ଏଇ ରୂପେଲି ଜ୍ୟୋତ୍ସ୍ନା ବିଧୌତ ରଜନୀରେ
ଟପ୍ ଟପ୍ କାକରରେ ମନଭରି ଭିଜିଯିବା ।
ତମେ ମୋ ଭିତରେ ତ ମୁଁ ତୁମ ଭିତରେ
ଲୁଚି ଲୁଚି ଏଇ ପ୍ରେମକୁ ଏକ ନୂଆରୂପ ଦେବା ।
ତମେ ସାଜିବ ନାୟିକା ମୁଁ ସାଜିବି ତମ ନାୟକ
ଆଉ ଗପି ଗପି ଚାଲିବା ପ୍ରେମର ଗୀତି ।
ତୋଳିବା ପ୍ରେମର ସ୍ଵପ୍ନ ମହଲ
ଯୋଉଠି ଥିବ କେବଳ
ତମେ ଆଉ ମୁଁ,
ଫଗୁଣର ଫଗୁରେ ରଙ୍ଗେଇ
ଗଢିବା ବିସ୍ବାସ ବନ୍ଧନ ।
ବସନ୍ତର ଫୁଲ ସମ୍ଭାରରେ
ବାସ୍ନାୟିତ ହେଉଥିବ ଏ ତନୁମନ,
ଶୀତର କୋମଳ ସ୍ପର୍ଶରେ
ଦେହ ମନକୁ ପୁଲକିତ କରିନେବା।
ଦୁଇ ହୃଦୟ ହେବେ ଏକାକାର
ଏ ...
ଆସନା...

