STORYMIRROR

Dhiren Bag

Inspirational

4  

Dhiren Bag

Inspirational

ସ୍ତ୍ରୀ

ସ୍ତ୍ରୀ

1 min
395


ସେ ଝିଅ ସେ ଭଗିନୀ

ସେ ମାଆ ସେ ପୁଣି ସ୍ତ୍ରୀ ।


ଜୀବନର ଅଙ୍କାବଙ୍କା ପଥେ

କେତେ ଦୁଃଖେ କେତେ ସୁଖେ 

ସେ ଏକ ନିଶ୍ଚଳ ନ୍ୟାୟ ମୂର୍ତ୍ତି ।


ସେ ଶକ୍ତିର ଆଧାର ପ୍ରେରଣାର ଉତ୍ସ

ମୃତ୍ୟୁର କରାଳ କୋଳେ ଥାଇ

ସଂଚାରେ ନୂଆ ଜୀବନର ଉତ୍ସ।

 

ବିଧାତା ବିଧାନେ ସେ ଦୁହୀତା

କୋଟି ସନ୍ତାନଙ୍କ ଚିର ନମସ୍ୟା

ସ୍ନେହମୟୀ ମାଆର ରୂପଧରି।।


କେବେ କହେନା ହୃଦୟର ଯନ୍ତ୍ରଣା

ମର୍ଯ୍ୟାଦାକୁ ପାଳି ଚାଲେ ମଥାପାତି 

ସେ ସର୍ବଂସହା ଧର୍ଯ୍ୟବତୀ ।


ଧନ୍ୟ ସେ ସ୍ତ୍ରୀ ଧନ୍ୟ ସେ ନାରୀ

ଆଦ୍ୟାଶକ୍ତିର ଶକ୍ତି ସ୍ବରୁପିଣୀ

ସଭିଙ୍କୁ ପାଳେ ନିଜର କରି । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational