STORYMIRROR

Dhiren Bag

Romance

3  

Dhiren Bag

Romance

ସଂପର୍କ

ସଂପର୍କ

1 min
209


ଭୁଲିବାକୁ ଚାହେଁ

ତମ ଆଉ ମୋ ସମ୍ପର୍କ 

ତୁଟାଇବାକୁ ଇଚ୍ଛା

ତମ ଆଉ ମୋ ବନ୍ଧନ

କିନ୍ତୁ କାହିଁ ପାରେନା

ସେ ରୂପ ରଙ୍ଗ ସ୍ପର୍ଶ

ବାର ବାର 

ଅମାନିଆ ଦିଗହଜା ପକ୍ଷୀ ସାଜି

ଘୁରନ୍ତି ମୋ ପ୍ରତି ଦିଗବଳୟ ପାଶେ ।


 ବଢିଯାଏ ମୋ ଛାତି ସ୍ପନ୍ଦନ

 ମନେ ପଡେ ଅନେକ ହଜିଲା ସପନ

ତମ ଥରିଲା କଂପିତ ଓଠର

ମିଠା ମିଠା ସେ ପ୍ରେମ ଗୀତି

ଯାହା ବିମୋହିତ କରିଥିଲା

ମୋ ତାଳୁରୁ ତଳିପାଯାଏ ।


କିନ୍ତୁ ଆଜି ସତେ ଯେମିତି ଲାଗୁଛି 

ଏ ସ୍ୱଚ୍ଛ ଆକାଶରେ ଢାଙ୍କିଛି

କଳା ବାଦଲର କାଳିମା

ଛିଣ୍ଡି ଯାଇଛି ଆମ ସମ୍ପର୍କ ଡୋରୀ ।


ଏ ମିଳନର ପର୍ବ ବୋଧେ

ଏ ଜନ୍ମରେ ଅସମ୍ଭବ 

ଆକାଶ ପୃଥିବୀ ପରି

 ଆମ ପ୍ରେମ ମଉଳି ଯିବ

ନା ସନ୍ଧ୍ୟା ଆକାଶରେ ଚାନ୍ଦ ସାଜି 

ପୁଣି ଥରେ 

ମୋତି ପରି ଝଲିସିବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance