ସଂପର୍କ
ସଂପର୍କ
ଭୁଲିବାକୁ ଚାହେଁ
ତମ ଆଉ ମୋ ସମ୍ପର୍କ
ତୁଟାଇବାକୁ ଇଚ୍ଛା
ତମ ଆଉ ମୋ ବନ୍ଧନ
କିନ୍ତୁ କାହିଁ ପାରେନା
ସେ ରୂପ ରଙ୍ଗ ସ୍ପର୍ଶ
ବାର ବାର
ଅମାନିଆ ଦିଗହଜା ପକ୍ଷୀ ସାଜି
ଘୁରନ୍ତି ମୋ ପ୍ରତି ଦିଗବଳୟ ପାଶେ ।
ବଢିଯାଏ ମୋ ଛାତି ସ୍ପନ୍ଦନ
ମନେ ପଡେ ଅନେକ ହଜିଲା ସପନ
ତମ ଥରିଲା କଂପିତ ଓଠର
ମିଠା ମିଠା ସେ ପ୍ରେମ ଗୀତି
ଯାହା ବିମୋହିତ କରିଥିଲା
ମୋ ତାଳୁରୁ ତଳିପାଯାଏ ।
କିନ୍ତୁ ଆଜି ସତେ ଯେମିତି ଲାଗୁଛି
ସ୍ୱଚ୍ଛ ଆକାଶରେ ଢାଙ୍କିଛି
କଳା ବାଦଲର କାଳିମା
ଛିଣ୍ଡି ଯାଇଛି ଆମ ସମ୍ପର୍କ ଡୋରୀ ।
ଏ ମିଳନର ପର୍ବ ବୋଧେ
ଏ ଜନ୍ମରେ ଅସମ୍ଭବ
ଆକାଶ ପୃଥିବୀ ପରି
ଆମ ପ୍ରେମ ମଉଳି ଯିବ
ନା ସନ୍ଧ୍ୟା ଆକାଶରେ ଚାନ୍ଦ ସାଜି
ପୁଣି ଥରେ
ମୋତି ପରି ଝଲିସିବ ।।

