STORYMIRROR

Dhiren Bag

Romance

3  

Dhiren Bag

Romance

ସର୍ବଂସହା

ସର୍ବଂସହା

1 min
329


ତମକୁ ମାପକାଠିରେ ମାପିବା

କି ତରାଜୁରେ ତଉଲିବା

ମୋ ପକ୍ଷେ ଅସମ୍ଭବ

କିନ୍ତୁ ତମେ

ଗୋଟେ ଖିଅ ସୁତାରେ ବି

ମାପି ଦିଅ ମୋ ହୃଦୟର ଗଭୀରତା 

ଆଉ ମନ ତରାଜୁରେ ତଉଲ

ମୋ ମନର ସହିଷ୍ଣୁତା ।


ବେଳେ ବେଳେ ହାରମାନେ

ତମରି ଆଗରେ 

ଉଲଙ୍ଘ ଶିଶୁ ସମ

ଚୁପଚାପ କାଠଭୂତ ପରି

ନିର୍ବାକ ନିସ୍ତେଜ ହେଇ ।


ସତରେ ତମେ ମହାମୟୀ

ସ୍ନେହ କାଙ୍ଗାଳିନୀ ସର୍ବଂସହା

ମୋ ଆନମନା ହୃଦୟର

ପ୍ରେମ ପ୍ରେୟସୀ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance