ସର୍ବଂସହା
ସର୍ବଂସହା
ତମକୁ ମାପକାଠିରେ ମାପିବା
କି ତରାଜୁରେ ତଉଲିବା
ମୋ ପକ୍ଷେ ଅସମ୍ଭବ
କିନ୍ତୁ ତମେ
ଗୋଟେ ଖିଅ ସୁତାରେ ବି
ମାପି ଦିଅ ମୋ ହୃଦୟର ଗଭୀରତା
ଆଉ ମନ ତରାଜୁରେ ତଉଲ
ମୋ ମନର ସହିଷ୍ଣୁତା ।
ବେଳେ ବେଳେ ହାରମାନେ
ତମରି ଆଗରେ
ଉଲଙ୍ଘ ଶିଶୁ ସମ
ଚୁପଚାପ କାଠଭୂତ ପରି
ନିର୍ବାକ ନିସ୍ତେଜ ହେଇ ।
ସତରେ ତମେ ମହାମୟୀ
ସ୍ନେହ କାଙ୍ଗାଳିନୀ ସର୍ବଂସହା
ମୋ ଆନମନା ହୃଦୟର
ପ୍ରେମ ପ୍ରେୟସୀ ।।

